Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ସେନା ମୁଖ୍ୟଙ୍କ ବହିକୁ ନେଇ ବିବାଦ ପରେ ପ୍ରଥମ ଥର ବୟାନ ଦେଲେ ରାଜନାଥ , କହିଲେ....

ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମଏମ୍ ନରଭଣେଙ୍କ ବହିକୁ ନେଇ ବିବାଦ ପରେ ପ୍ରଥମ ଥର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ସାମନାକୁ ଆସିଛି। ସେ କହିଛନ୍ତି, ପୂର୍ବତନ ସେନା ମୁଖ୍ୟଙ୍କ ବହି ଲେଖିବା ଉପରେ ରୋକ ଲାଗିବନି। ପ୍ରତିରକ୍ଷା ମନ୍ତ୍ରୀ ସେହି ଖବରକୁ ମଧ୍ୟ ଭୁଲ୍ ବୋଲି କହିଛନ୍ତି, ଯେଉଁଥିରେ କୁହାଯାଇଥିଲା ସେନା ସମ୍ପର୍କିତ ଅଧିକାରୀଙ୍କୁ ରିଟାୟରମେଣ୍ଟର ୨୦ ବର୍ଷ ପର୍ଯ୍ୟନ୍ତ କୌଣସି ବହି ଲେଖିବାର ଅନୁମତି ନାହିଁ। ନିକଟରେ ସଂସଦର ବଜେଟ୍ ଅଧିବେଶନ୍‌ରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଜେନେରାଲ ନରବଣେଙ୍କ ବହିକୁ ଛପାଇବାର ଅନୁମତିକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ସଂସଦରେ ଜୋରଦାର ବିବାଦ ରହିଥିଲା ଓ ଅଧିବେଶନ ଚାଲିବାରେ ଖୁବ୍ ସମସ୍ୟା ଥିଲା।

୨୦୨୦ରେ ଚୀନ୍ ସହ ଗଲଓ୍ବାନ ଘାଟିରେ ସଂଘର୍ଷ ଓ ସୀମା ବିବାଦ ଉପରେ ବିବାଦ ବେଳେ, ଜେନେରାଲ ଏମ୍ଏଣ ନରବଣେ (ଏବେ ରିଟାୟର) ଦେଶର ସେନା ମୁଖ୍ୟ ଥିଲେ (ମାର୍ଚ୍ଚ ୨୦୨୦ ଏପ୍ରିଲ ୨୦୨୨)। ଅକ୍ଟୋବର ୨୦୨୩ ରେ ଜେନେରାଲ ନରବଣେ ନ୍ୟୁଜ ଏଜେନ୍ସି ପିଟିଆଇକୁ ଏକ ଇଣ୍ଟରଭ୍ୟୁ ଜରିଆରେ କହିଛନ୍ତି ସେ ନିଜର ଆତ୍ମକଥା,ଫର ଷ୍ଟାର୍ସ ଅଫ୍ ଡେଷ୍ଟିନୀ ଲେଖିଥିଲେ। ପିଟିଆଇ ଏହି ପୁସ୍ତକର କିଛି ଅଂଶ ମଧ୍ୟ ପ୍ରକାଶିତ କରିଥିଲେ।

rajnath

ଜେନେରାଲ ନରବଣେ ପୁସ୍ତକରେ ଗଲଓ୍ବାନ ଘାଟିର ସଂଘର୍ଷ (୧୫-୧୬ ମଇ ୨୦୨୦) ରୁ ନେଇ ଚୀନ୍ରୁ ହୋଇଥିବା ଡିସଏନଗେଜମେଣ୍ଟ ଅର୍ଥାତ ସୀମା ବିବାଦର ମୁକାବିଲାକୁ ନେଇ ବୁଝାମଣା ବିଷୟରେ ପୂର୍ବ ସୂଚନା ସାର୍ବଜନୀନ କରିଦେଇଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର (NSA) ଅଜିତ ଡୋଭାଲଙ୍କ ସହ ଫୋନ୍ ବାର୍ତ୍ତାଳାପ ଏବଂ ବୈଠକର ଇତିହାସ ଉଲ୍ଲେଖ କରାଯାଇଛି। ଏଥିରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ଏବଂ ଚୀନ୍ ଅଧ୍ୟୟନ ଗୋଷ୍ଠୀ (CSG)ର ବୈଠକର ମଧ୍ୟ ଉଲ୍ଲେଖ ଅଛି।

ପୂର୍ବତନ ସେନା ମୁଖ୍ୟ ତାଙ୍କ ଅଧୀନସ୍ଥ କମାଣ୍ଡରଙ୍କ ସହ ତାଙ୍କର ଆଲୋଚନା ଏବଂ ସେମାନଙ୍କୁ ଦେଇଥିବା ନିର୍ଦ୍ଦେଶର ବିସ୍ତୃତ ବିବରଣୀ ମଧ୍ୟ ପୁସ୍ତକରେ ଦେଇଛନ୍ତି। ଏହି ବିବରଣୀ ବ୍ୟବହାର କରି, ସରକାର (ପ୍ରତିରକ୍ଷା ମନ୍ତ୍ରଣାଳୟ) ଜେନେରାଲ ନରବଣେଙ୍କ ଠାରୁ ସିଧାସଳଖ ନୁହେଁ ବରଂ ପ୍ରକାଶନ ସଂସ୍ଥାରୁ ପୁସ୍ତକର ସମ୍ପୂର୍ଣ୍ଣ ଡ୍ରାଫ୍ଟ ତଲବ କରିଛନ୍ତି। ଏପ୍ରିଲ ୨୦୨୪ ରେ ପ୍ରକାଶନ ପାଇଁ ସ୍ଥିର ହୋଇଥିବା ଏହି ପୁସ୍ତକକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ସୂତ୍ର ଅନୁସାରେ, ଜେନେରାଲ ନରବଣେଙ୍କ ପୁସ୍ତକକୁ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ (OSA) ଏବଂ ଆର୍ମି ଆକ୍ଟ ଅନୁଯାୟୀ ରୋକା ଯାଇଛି, କାରଣ ପୁସ୍ତକ ପ୍ରକାଶନ କରିବା ଦ୍ଵାରା ସେନା ସମ୍ପର୍କୀତ ସମ୍ବେଦନଶୀଳ ସୂଚନା ସାର୍ବଜନୀନ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+