ରାଜକୋଟ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

Rajkot Gaming Zone: ଗୁଜୁରାଟର ରାଜକୋଟରେ ଟିଆରପି ଗେମ୍ ଜୋନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଶତାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ସକାଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳର ଯାଞ୍ଚ କରିଛନ୍ତି।

ସୂଚନାଯୋଗ୍ୟ ଯେ ଖେଳ ଜୋନରେ ଅଗ୍ନିକାଣ୍ଡ ପରେ ୮ ଟି ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଯାଞ୍ଚ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ଟିଆରପି ଗେମ୍ ଜୋନରେ ପେଟ୍ରୋଲ ଏବଂ ଡିଜେଲ ରଖାଯାଇଥିଲା ।

Rajkot Gaming Zone

ଟିଆରପି ଗେମ୍ ଜୋନରେ ରଖାଯାଇଥିବା ଜେନେରେଟର ଚଳାଇବା ପାଇଁ ପ୍ରାୟ 1500 ରୁ 2000 ଲିଟର ଡିଜେଲ ରଖାଯାଇଥିଲା । କାର୍ ରେସିଂ ପାଇଁ 1000-1500 ଲିଟର ପେଟ୍ରୋଲ ମଧ୍ୟ ରଖାଯାଇଥିଲା । ନିଆଁ ଲାଗିବା ପରେ ନିଆଁ ପେଟ୍ରୋଲ ଏବଂ ଡିଜେଲରେ ମଧ୍ୟ ଲାଗିଥିବା ଯାହା ପରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ରାଜକୋଟ ଡେପୁଟି ମ୍ୟୁନିସିପାଲିଟି କମିଶନର କହିଛନ୍ତି ଯେ ଟିଆରପି ଗେମ ଜୋନ୍ NOC ପାଇଁ ଆବେଦନ କରି ନାହିଁ, ବର୍ତ୍ତମାନ ଅନୁସନ୍ଧାନ ଯାରି ଅଛି । ବର୍ତ୍ତମାନ ସୁଦ୍ଧା କୌଣସି ଡକ୍ୟୁମେଣ୍ଟ ଗ୍ରହଣ କରାଯାଇ ନାହିଁ । ଟିଆରପି ଜୋନ୍ ମ୍ୟାନେଜର ନିତିନ ଜେନ ଏବଂ ତାଙ୍କ ସହଯୋଗୀ ଯୁବରାଜ ସିଂ ସୋଲାଙ୍କିଙ୍କୁ ଗିରଫ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏହି ଲୋକଙ୍କୁ ଗିରଫ କରାଯାଇଥିଲା।

ଅଗ୍ନିକାଣ୍ତରେ ୨୭ ଜଣଙ୍କ ମୃତ୍ୟୁକୁ ନେଇ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଘଟଣାକୁ ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରାଯିବା ସହ ଆତକ ମାନଙ୍କର ଚିକିତ୍ସା ମଧ୍ୟ ମାଗଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+