Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ:ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି, ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତାଙ୍କ ସମାଧିରେ ଫୁଲ ଅର୍ପଣ କରିଛନ୍ତି । ତାଙ୍କ ସ୍ମୃତିରେ ଏଠାରେ ଏକ ସ୍ମାରକ ନିର୍ମାଣ କରାଯାଇଛି । ଯେଉଁଠାରୁ ରାହୁଲ ଗାନ୍ଧି ଭାରତ ଯୋଡା ଯାତ୍ରାର ଆରମ୍ଭ କରିଥିଲେ ।

Rajeev Gandhi

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆଜି ରାଜୀବ ଗାନ୍ଧିଙ୍କର ୩୨ ତମ ମୃତ୍ୟୁ ବାର୍ଷିକୀ । ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କୁ 21 ମଇ 1991 ରେ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ସୂଚନାଥାଉ ଯେ, ତାଙ୍କ ଜନ୍ମର ତିନି ବର୍ଷ ପରେ ଦେଶ ସ୍ୱାଧୀନ ହୋଇଥିଲା । ତାଙ୍କର ପିଲାଦିନ, ଶିକ୍ଷା, ରାଜନୈତିକ ଜୀବନ ଏବଂ ପ୍ରେମ ଜୀବନ ସମସ୍ତ ଆକର୍ଷଣୀୟ କଥାରେ ପରିପୂର୍ଣ୍ଣ ।

ଶିକ୍ଷା ଓ କ୍ୟାରିୟର
ରାଜୀବ ଗାନ୍ଧି ଇଞ୍ଜିନିୟରିଂ କରିବା ପାଇଁ ପ୍ରଥମେ ଲଣ୍ଡନ ଏବଂ ପରେ କେମ୍ବ୍ରିଜର ଟ୍ରିନିଟି କଲେଜରୁ ତିନି ବର୍ଷର ଶିକ୍ଷା ନେବା ପରେ ମଧ୍ୟ ରାଜୀବ ଡିଗ୍ରୀ ହାସଲ କରିପାରିନଥିଲେ । ପରେ ସେ ଲଣ୍ଡନର ଇମ୍ପେରିଆଲ୍ କଲେଜରେ ମେକାନିକାଲ୍ ଇଞ୍ଜିନିୟରିଂରେ ଆଡମିଶନ କରିଥିଲେ,ହେଲ ଖୁବ କମ୍ ଦିନ ପରେ ସେ ଭାରତ ଫେରି ଆସିଥିଲେ । ପରେ ରାଜୀବ ଦିଲ୍ଲୀର ଫ୍ଲାଇଙ୍ଗ୍ କ୍ଲବ୍ ରେ ପାଇଲଟ୍ ଟ୍ରେନିଂ ନେଇଥିଲେ । ରାଜୀବ ଗାନ୍ଧି 1970 ମସିହାରେ ଏୟାର ଇଣ୍ଡିଆ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

1980ରେ ସେ ରଜନୀତିରେ ପାଦ ଦେଇଥିଲେ । ସେତେବେଳେ ତାଙ୍କୁ 'ମିଷ୍ଟର୍ କ୍ଲିନ୍' ବୋଲି କୁହାଯାଉଥିଲା । କାରଣ ତାଙ୍କ ଛବି ସର୍ବଦା ପରିଷ୍କାର ଓ ଦାଗହୀନ ଥିଲା । ପିଲାଦିନରୁ ସେ ବିଦେଶରେ ରହି ପାଠ ପଢୁଥିଲେ ହେଲେ 40 ବର୍ଷ ବୟସରେ ଜାତୀୟ ରାଜନୀତିର ଉଚ୍ଚତାକୁ ସେ ଛୁଇଁପାରିଥିଲେ ।

ହେଲେ ରାଜନୀତିରେ ଯୋଗଦେବା ପରେ ତାଙ୍କ ନାମ ଅନେକ ବଡ ଦୁର୍ନୀତିରେ ଆସିଥିଲା, ଯାହା ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିଲା । କୁହାଯାଉଥିଲା ଯେ ରାଜୀବ ଗାନ୍ଧି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ନିଜ କାର ଚଳାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ । ଅନେକ ନିର୍ବାଚନ ରାଲିରେ ମଧ୍ୟ ରାଜୀବ ଗାନ୍ଧି ନିଜ କାର ଚଳାଇ ପହଞ୍ଚୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+