ଏଥର ମନ୍ଦିରରେ ପୂଜା ପାଇବେ ସାଉଥ୍ ସୁପରଷ୍ଟାର ରଜନିକାନ୍ତ !
Rajinikanth's 74th Birthday: ସାଉଥର ପ୍ରସିଦ୍ଧ ଅଭିନେତା ତଥା ଭାରତର ଆଇକନିକ୍ ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ରଜନିକାନ୍ତ। ଆଜି ଅଭିନେତା ନିଜର ୭୪ ତମ ଜନ୍ମଦିନ ପାଳନ କରୁଛନ୍ତି । ରଜନିକାନ୍ତଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି । ମଦୁରାଇର ଥିରୁମଙ୍ଗଲମରେ ନିଆରା ଢଙ୍ଗରେ ରଜନିକାନ୍ତ ଜନ୍ମଦିନ ସେଲିବ୍ରେଟ୍ କରାଯାଇଛି । ରଜନିକାନ୍ତ ଜଣେ ବଡ଼ ପ୍ରଶଂସକ ହେଲେ କାର୍ତ୍ତିକ । ଯିଏ ଅରୁଲମିଗୁ ମନ୍ଦିର ପରିସରରେ ରଜନୀକାନ୍ତଙ୍କ ୩ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଓଜନ ପ୍ରାୟ ୩୦୦ କିଲୋ ।
କାର୍ତ୍ତିକ ମଦୁରାଇରେ ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ, ପୂର୍ବରୁ ଏଠାରେ କେବଳ ରଜନୀକାନ୍ତଙ୍କ ଚିତ୍ର ସ୍ଥାପନ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏଠାରେ ସ୍ଥାପନ କରାଯାଇଛି। ଏହି ମନ୍ଦିରଟି କାର୍ତ୍ତିକ ନିଜେ ପ୍ରତିଷ୍ଠା କରିଥିଲେ, ଯିଏ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ଏହି ମନ୍ଦିର ବହୁତ ଲୋକପ୍ରିୟତା ହାସଲ କରିଛି ।

ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି କାର୍ତ୍ତିକ ବେଶ ଖୁସି ଅଛନ୍ତି, ସେ କହିଛନ୍ତି ଗତ ବର୍ଷ ଅକ୍ଟୋବର ମାସରେ ରଜନୀକାନ୍ତଙ୍କ ଫଟୋ ଏଠାରେ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ଏଠାରେ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ତାମିଲ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଭାଷାରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ରଜନୀକାନ୍ତ । ଦେଶ ବିଦେଶରେ ଆଜିକା ତାରିଖରେ ଅଭିନେତାଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି । କିଏ କ୍ଷୀର ଢାଳି ତ କିଏ ରଜନିକାନ୍ତଙ୍କ ଫଟୋରେ ଫୁଲ ମାଳ ଚଢାଇ ରଜନିକାନ୍ତ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି । କାର୍ତ୍ତିକ ରଜନିକାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ସେ ଜଣେ ଅଭିନେତା ନୁହଁନ୍ତି। ଅନେକ ଲୋକଙ୍କର ସେ ପ୍ରେରଣା ।
ପ୍ରଶଂସକମାନେ ରଜନୀକାନ୍ତଙ୍କୁ ଭଗବାନଙ୍କ ମାନ୍ୟତା ଦିଅନ୍ତି । ସାରା ବିଶ୍ୱରେ ରଜନୀକାନ୍ତଙ୍କ ପ୍ରଶଂସକମାନେ ତାଙ୍କର ୭୪ ତମ ଜନ୍ମଦିନ ପାଳନ କରୁଥିବାବେଳେ ମଦୁରାଇରେ ତାଙ୍କ ପ୍ରତିମୂର୍ତ୍ତିର ପୂଜାର୍ଚ୍ଚନା କରାଯାଉଛି । ଯାହା ତାଙ୍କ ପ୍ରଶଂସକଙ୍କଠାରୁ ପାଇଥିବା ପ୍ରେମ ଏବଂ ସମ୍ମାନର ଏକ ପ୍ରମାଣ ।












Click it and Unblock the Notifications