ମୁମ୍ବାଇ ବିଏମ୍ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲା: ପୁଅ ପାଇଁ ଗଲା ବାପାଙ୍କ ପଦ
ମୁମ୍ବାଇ: ଗତକାଲି ମୁମ୍ବାଇ ବିଏମ୍ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ମିହିର ଶାହ । ଘଟଣା ଘଟିବାର ୭୨ ଘଣ୍ଟା ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ମୁମ୍ବାଇ ପୁଲିସ୍ । ଏହି ମାମଲାରେ ପୁଲିସ୍ ମୋଟ ୧୨ ଜଣଙ୍କୁ ନିଜ ହେପାଜତକୁ ନେଇଛି । ବର୍ତ୍ତମାନ ଏହି ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଦଳ ବୁଧବାର ରାଜେଶ ଶାହାଙ୍କୁ ଡେପୁଟି ନେତା ପଦରୁ ହଟାଇ ଦେଇଛନ୍ତି ।
ରାଜେଶ ଶାହା ହେଉଛନ୍ତି ବିଏମ୍ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହାଙ୍କ ବାପା । ଏହି ଦୁର୍ଘଟଣା କୁ ବାବଦ ଥମୁନଥିବା ବେଳେ ରାଜେଶ ଶାହାଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନା ଦଳ । ଏହି ମାମଲାରେ ରାଜେଶ ଶାହା ଗିରଫ ହେବାର ଦିନକ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ତେବେ ଶିବସେନା ନେତାଙ୍କର ସୋମବାର ଜାମିନ ନାମଞ୍ଜୁର କରାଯାଇଛି । ଘଟଣା ଘଟିବାର ତିନି ଦିନ ଚାଲିବା ପରେ ମଙ୍ଗଳବାର ଦିନ ମିହିରଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇ ବିଏମଡବ୍ଲୁ ହିଟ୍-ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହା ସ୍ୱୀକାର କରିଛନ୍ତି ଯେ ଦୁର୍ଘଟଣା ଘଟିବା ସମୟରେ ସେ ବିଳାସପୂର୍ଣ୍ଣ ଗାଡି ଚଳାଉଥିଲେ । ତେବେ ଗାଡ଼ି ଚଳାଇବା ବେଳେ ସେ ମଦ୍ୟପାନ କରିନଥିଲେ ବୋଲି କହିଛନ୍ତି । ତେବେ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଗାଡ଼ି ରାଜନେତାଙ୍କ ପୁଅଙ୍କ ଗାଡ଼ି ଡ୍ରାଇର୍ଭ ଚଳାଉଥିଲା ।












Click it and Unblock the Notifications