Get Updates
Get notified of breaking news, exclusive insights, and must-see stories!

ଏହି ରାଜ୍ୟରେ ଜାରି ହେଲା ବାର୍ଡ ଫ୍ଲୁ ଆଲର୍ଟ : 300ରୁ ଉର୍ଦ୍ଧ ପକ୍ଷୀଙ୍କ ମୃତ୍ୟୁ

ରାଜସ୍ଥାନରେ ଜାରି ହେଲା ବାର୍ଡ ଫ୍ଲୁ ଆଲର୍ଟ । ମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ରାଜସ୍ଥାନ : କରୋନାର ଦାଉ ଧିରେ ଧିରେ କମୁଥିବା ବେଳେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରାଜସ୍ଥାନରେ ଏବେ ଦେଖିବାକୁ ମିଳିଛି କାଉ ମଡ଼କ । ବାର୍ଡ ଫ୍ଲୁ କାରଣରୁ କାଉ ମରୁଥିବା ରାଜସ୍ଥାନର ବନ୍ୟ ପ୍ରାଣୀ ବିଭାଗ ସ୍ପଷ୍ଟ କରିଛି । ରାଜସ୍ଥାନର ଜଳେଶ୍ୱର ଠାରେ କିଛିଦିନ ତଳେ ପାଖାପାଖି 50ଟି କାଉର ମୃତ୍ୟୁ ହୋଇଥିଲା । ଏବେ ଏହି ମୃତ୍ୟହାର ବୃଦ୍ଧି ପାଇ 300ରେ ପହଞ୍ଚିଛି । ବଡ କଥା ହେଲା ଏହି ମୃତ୍ୟୁ ଜଳେଶ୍ୱରରୁ ଡେଇଁ ଅନ୍ୟ ସ୍ଥାନକୁ ବ୍ୟାପିଛି । କେବଳ ସେତିକି ନୁହେଁ କାଉ ବାଦ୍ ନାଗପୁର ଜିଲ୍ଲାରେ ଶୁକ୍ରବାର 50ଟି ମୟୁରଙ୍କର ମୃତ୍ୟୁ ନେଇ ମଧ୍ୟ ରିପୋର୍ଟ ହୋଇଛି । ସେହିପରି ପାନଓ୍ୱାର ଅଞ୍ଚଳରେ 60ଟି କୁକୁଡା ମରିଛନ୍ତି ।

ବାର୍ଡ ଫ୍ଲୁ

ଏହି ସମସ୍ତ ପକ୍ଷୀଙ୍କର ନମୁନା ପରୀକ୍ଷା କରାଯିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ଏହାକୁ ବିଭାଗ ଗୁରୁତ୍ୱର ସହ ନେଇଥିବା ବେଳେ ରାଜ୍ୟରେ ବାର୍ଡ ଫ୍ଲୁ ଆଲର୍ଟ ଜାରି କରାଯାଇଛି । ଶୀତଦିନ ପାଇଁ ରାଜ୍ୟକୁ ଅଧିକ ସଂଖ୍ୟାରେ ବିଦେଶ ପକ୍ଷୀ ଆସିଥିବା ବେଳେ ଏହି ରୋଗ ସେମାନଙ୍କ ଠାରୁ ଆସିଥିବା ଆଶଙ୍କା କରାଯାଉଛି ବୋଲି ରାଜସ୍ଥାନର ବନ୍ୟପ୍ରାଣୀ ବିଭାଗର ମୁଖ୍ୟ ମୋହନଲାଲ୍ ମୀନା କହିଛନ୍ତି । ଏଥିସହ ବାର୍ଡ ଫ୍ଲୁକୁ ନେଇ ଆଡଭାଇଜରି ମଧ୍ୟ ଜାରି କରାଯାଇଛି । ସଂରକ୍ଷିତ ଜଙ୍ଗଲ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି । ରାଜ୍ୟରେ ଉପୁଜିଥିବା ବାର୍ଡ ଫ୍ଲୁ ସ୍ଥିତିକୁ ନେଇ ଜରୁରୀ ବୈଠକ ଡାକିଛନ୍ତି ବିଭାଗୀୟ ମନ୍ତ୍ରୀ ଲାଲଚନ୍ଦ କଟରିଆ । ଏହି ଘଟଣାକୁ ଗମ୍ଭୀର ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହେବ ବୋଲି ଗଣମାଧ୍ୟମକୁ ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+