Get Updates
Get notified of breaking news, exclusive insights, and must-see stories!

ଉଦୟପୁର ହତ୍ୟା ମାମଲା: କହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହେଲଟ

କହ୍ନେୟାଲାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଆଜି ଗେହେଲଟ ପୀଡିତଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଜୟପୁର: ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ନେଇ ସାରା ଦେଶରେ ଆକ୍ରୋଶ ବିଢୁଛି । ବିଭିନ୍ନ ସ୍ଥାନରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଜୋର ଧରିଛି । ଉଦୟପୁରରେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଆଜି ହତ୍ୟାକାଣ୍ଡ ଶିକାର ହୋଇଥିବା କହ୍ନେୟାଲାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଆଜି ଗେହେଲଟ ପୀଡିତଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

gehlot

ଆଜି ଉଦୟପୁରରେ ବିଜେପି ପକ୍ଷରୁ ବିଶାଳ ପ୍ରତିବାଦ ସଭା ମଧ୍ୟ ଆୟୋଜନ କରାଯାଇଛି । ହଜାର ହଜାର ବିଜେପି କର୍ମୀ ଏପରି ସ୍ଥିତି ପାଇଁ ରାଜସ୍ଥାନ ସରକାରକୁ ଦାୟୀ କରିବା ସହ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗତ 28 ତାରିଖରେ ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁର୍ବୃତ୍ତ ଅତି ନିର୍ମମ ଭାବେ କହ୍ନେୟାଲାଲଙ୍କୁ ହତ୍ୟା କରିବା ସହ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ ।

ଅନ୍ୟମାନଙ୍କ ଏପରି ଅବସ୍ଥା ନେଇ ମଧ୍ୟ ଏକ ଭିଡିଓ ମାଧ୍ୟମରେ ଦୁଇ ଅଭିଯୁକ୍ତ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ । ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ପରେ ତାଙ୍କୁ ପ୍ରଥମେ ହତ୍ୟା ଧମକ ଓ ପରେ ହତ୍ୟା କରାଯାଇ ମୁଣ୍ଡକାଟି ଥିଲେ ଦୁଇ ଦୁର୍ବୃତ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+