ଭୟଙ୍କର ସଡ଼କ ଦୁର୍ଘଟଣା: ଜିପ୍ କୁ ପିଟିଲା ଟ୍ରକ୍, ୯ ମୃତ ୧୮ ଗୁରୁତର
ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଗତକାଲି ରାତିରେ ଏକ ସଡ଼କ ଭୟଙ୍କର ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଦୁର୍ଘଟଣାରେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଟ୍ରକ୍ ସହ ଗୋଟିଏ ଜିପ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶିରୋହି ପୁଲିସ ଅଧିକ୍ଷକ ଅନୀଲ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରାୟ ୨୭ଜ ଜଣ ଲୋକଙ୍କୁ ନେଇ ଯାଉଥିବା ସଂପୃକ୍ତ ଜିପ୍ଟି ଭୁଲପଟେ ଯିବାଦ୍ୱାରା ଏହି ଦୁର୍ଘଟଣା ଘଟିଛି ।

ତେବେ ପୁଲିସ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହିତ ଗୁରୁତରମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛି । ଉଦୟପୁର ଜିଲ୍ଲାର ଉଗ୍ନସାଗର ଅଞ୍ଚଳର ଏହି ଯାତ୍ରୀମାନେ ପାଲ୍ଲିସ୍ଥିତ ନାକଡା ମନ୍ଦିରକୁ ଯାଉଥିଲେ ବୋଲି ଆରକ୍ଷୀ ଅଧକ୍ଷକ କହିଛନ୍ତି । ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ।












Click it and Unblock the Notifications