ରାଜସ୍ଥାନ ଧୋଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ବସ୍ , ୮ ଶିଶୁ ସମେତ ୧୧ ଜଣଙ୍କ ମୃତ୍ୟୁ
ରାଜସ୍ଥାନ ଧୋଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୧ ମୃତ । ଅଟୋକୁ ଧକ୍କା ଦେଲା ବସ୍ । ୮ ଶିଶୁ ସମେତ ୧୧ ଜଣଙ୍କ ମୃତ୍ୟୁ ।ଭୟଙ୍କର ସଡ଼କ ଦୁର୍ଘଟଣା ରାଜସ୍ଥାନର ଧୌଲପୁରରେ ଘଟିଛି।
ସୂଚନା ମୁତାବକ, କରୌଲି-ଧୌଲପୁର ଜାତୀୟ ରାଜପଥର ଏନ୍ଏଚ୍-୧୧(ବି) ସ୍ଥିତ ସୁନିପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ସ୍ଲିପର କୋଚ୍ ବସ୍ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଛି। ଫଳରେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ଅଛନ୍ତି। ସେହିପରି ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମଧ୍ୟ ଅଛନ୍ତି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ସମସ୍ତଙ୍କ ମୃତକ ଅଟୋରେ ବସିଥିଲେ। ଏମାନେ ସମସ୍ତେ ବାଡି ସହରର ଗୁମଟ ଅଞ୍ଚଳର ବାସିନ୍ଦା। ଏମାନେ ସମସ୍ତେ ବରୌଲି ଗାଁରେ ଭାତ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ୍ ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ ବସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଯାହାକୁ ପୁଲିସ ଜବତ କରିଛି। ଏହି ଦୁର୍ଘଟଣା ଘଟିବା ସମୟରେ ଅଧିକାଂଶ ଯାତ୍ରୀ ଅଟୋ ଭିତରେ ଶୋଇବା ଅବସ୍ଥାରେ ଥିଲେ। ଦୁର୍ଘଟଣା ପରେ ସ୍ଥାନୀ୍ର ଲୋକେ ପୁଲିସକୁ ଖବର ଦେଇଥିଲେ। କିଛି ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଆଉ କିଛି ଗୁରୁତର ଥିଲେ। ତେବେ ସେମାନଙ୍କୁ ହସ୍ପିଟାରଲ ନେବା ବାଟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।












Click it and Unblock the Notifications