ରାଜସ୍ଥାନରେ ୧୫୦ ଫୁଟ୍ ବୋରୱେଲ୍‌କୁ ଖସି ପଡ଼ିଲା କୁନି ଝିଅ; ଉଦ୍ଧାର କାର୍ଯ୍ୟରେ NDRF ଓ SDRF ନିୟୋଜିତ

ରାଜସ୍ଥାନରେ ୧୫୦ ଫୁଟ୍ ବୋରୱେଲ୍‌କୁ ଖସି ପଡ଼ିଲା କୁନି ଝିଅ । କୋଟପୁତଳୀ କିତରପୁରାରେ ୩ ବର୍ଷର ଝିଅ ବୋରୱେଲ୍‌ରେ ଫସିଛି। ପାଇପ୍ ମାଧ୍ୟମରେ ନାବାଳିକାକୁ ଦିଆଯାଉଛି ଅକ୍ସିଜେନ୍ । ଉଦ୍ଧାର କାର୍ଯ୍ୟରେ NDRF ଓ SDRF ନିୟୋଜିତ।

ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଘର ବାହାରେ ଖେଳୁଥିଲା । ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା । ପିଲାଟିର ଚିତ୍କାର ଶୁଣି ତା' ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଆଉ ସେମାନେ ପୁଲିସ୍‌ ଓ ପ୍ରଶାସନକୁ ଖବର ଦେଇଥିଲେ । ପ୍ରାୟ ୮ ଘଣ୍ଟା ହେଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାତ୍ର ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ ।

ଚେତନାର ଗତିବିଧି ନିରିକ୍ଷଣ କରିବାକୁ ବୋରୱେଲ ଭିତରକୁ କ୍ୟାମେରା ପଠାଯିବା ସହ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି। ଏଥିସହ ପିଲାଟି ପାଇଁ ଖାଦ୍ୟ ସାମଗ୍ରୀ ଓ ପାଣି ବି ପଠାଯାଉଛି।

Rajasthan Rescue operations

ଉକ୍ତ ବୋରୱେଲ ନିକଟରେ ଆଉ ଏକ ଗାତ ଖୋଳାଯାଇ ପିଲାଟିକୁ ବାହାର କରିବାକୁ ପ୍ରୟାସ ଜାରି ରହିଛି। ବରିଷ୍ଠ ଅଧିକାରୀମାନେ ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି । ଚେତନାଙ୍କ ପିତା ଉକ୍ତ ବୋରୱେଲରେ ଥିବା ପ୍ଲାଷ୍ଟିକ୍‌ ପାଇପ୍‌କୁ ଦୁଇ ଦିନ ତଳେ ବାହାର କରିଥିଲେ। ଏହାପରେ ଏହି ଅଘଟଣ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+