ଏସଡିଏମଙ୍କୁ ଘୋଷାଡି ଆଣି ଚାପୁଡା ମାରିଲେ ସ୍ବାଧୀନ ପ୍ରାର୍ଥୀ

ଜୟପୁର,୧: ରାଜସ୍ଥାନର ଏକ ମତଦାନ କେନ୍ଦ୍ରରୁ ବୁଧବାର ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦେଭଲି-ଉନିୟାରା ନିର୍ବାଚନ କ୍ଷେତ୍ରରୁ ଏକ ନିର୍ଦ୍ଦଳୀୟ ପ୍ରାର୍ଥୀ ନରେଶ ମିନା ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିଛନ୍ତି। ସୂଚନାନୁସାରେ, ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ଜଣେ ଏସଡିଏମଙ୍କୁ ଚାପୁଡ଼ା ମାରିଥିଲେ।ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ନରେଶ ମୀନା ମତଦାନ ବୁଥରେ ପ୍ରବେଶ କରି ନିର୍ବାଚନ ପ୍ରୋଟୋକଲ ଉପରେ ନଜର ରଖିବାକୁ ମୁତୟନ ହୋଇଥିବା ଏସଡିଏମ ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହା ଦେଖି ପୁଲିସ ତାଙ୍କୁ ଅଟକାଉଛି।

Rajasthan Official Slapped By Independent Candidate Outside Booth

ଏହି ଘଟଣା ପରେ ନିଜର ପ୍ରତିକ୍ରିୟା ଦେଇ ମୀନା କହିଛନ୍ତି, ଏଠାରେ ମୁତୟନ ହୋଇଥିବା ଏସଡିଏମ ତାଙ୍କର ତିନି ଜଣ ଲୋକଙ୍କୁ ଆଣି ମତଦାନ କରାଇଥିଲେ। ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ମୋତେ ଭୋଟ୍ ଦେଇ ଏହାର ଜବାବ ଦିଅନ୍ତୁ ଉଲ୍ଲେଖଯୋଗ୍ୟ, ନରେଶ ମୀନା କଂଗ୍ରେସ ନେତା ଥିଲେ । ହେଲେ ଉପନିର୍ବାଚନ ପାଇଁ କଂଗ୍ରେସ ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀରୁ କସ୍ତୁର ଚନ୍ଦ ମୀନାଙ୍କୁ ପ୍ରାର୍ଥୀ କରିବାରୁ ନରେଶ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ଏହା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+