ରାଜସ୍ଥାନରେ ହେଲା ଗ୍ୟାସ ଲିକ୍, ଅଚେତ୍ ହେଲେ ସ୍କୁଲ୍ ପିଲା
ରାଜସ୍ଥାନରେ ହେଲା ଗ୍ୟାସ ଲିକ୍, ଅଚେତ୍ ହେଲେ ସ୍କୁଲ୍ ପିଲା । ରାଜସ୍ଥାନକୋଟାର ଚମ୍ବଲରେ ଥିବା ଫର୍ଟିଲାଇଜର୍ସ କେମିକାଲ ଲିମିଟେଡରେ ଗ୍ୟାସ୍ ଲିକ୍ ହୋଇଛି । ଏହି ଗ୍ୟାସ ଲିକର ଶିକାର ହୋଇଛନ୍ତି ସ୍କୁଲ ପିଲା । ୧୩ ଜଣ ସ୍କୁଲ ପିଲା ଅଚେତ ହୋଇପଡିଥିଲେ ଗ୍ୟାସ ଲିକ୍ ହେବା କାରଣରୁ । ଅଚେତ୍ ହେବା ଫଳରେ ହସପିଟାଲରେ ଆଡମିଟ୍ କରାଯାଇଛି ପିଲାମାନଙ୍କୁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନାଯୋଗ୍ୟ, କୋଟା-ବାରାଂ ହାଇୱେର ଗଢେପାନରେ ସିଏଫସିଏଲ କେମିକାଲ ଫ୍ୟାକ୍ଟ୍ରି ରହିଛି । ଏହି ଫ୍ୟାକ୍ଟ୍ରିରେ ଦ୍ୱିପ୍ରହରରେ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା । ଗ୍ୟାସ୍ ଲିକ୍ ହେବା ପରେ ନିକଟରେ ଥିବା ଏକ ସ୍କୁଲର ପିଲାମାନେ ଅଚେତ ହୋଇପଡିଥିଲେ । ୧୩ ଜଣ ସ୍କୁଲ ପିଲା ଅଚେତ୍ ହୋଇପଡିଥିଲେ । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ଗ୍ୟାସ ଲିକ୍ ହେଲା, ତାହା ଏଯାଏଁ ଜଣାପଡିନାହିଁ । ଘଟଣା ସ୍ଥଳରେ ଅଧିକାରୀ ପହଞ୍ଚି ଯାଞ୍ଚ କରୁଛନ୍ତି । କାରଣ ଜଣାପଡିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।












Click it and Unblock the Notifications