ଦୁଇ ଦିନରେ ୨୫ରୁ ଅଧିକ କୁକୁରଙ୍କୁ ଗୁଳି କରି ହତ୍ୟା କଲା ଯୁବକ
ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ଦୁଇ ଦିନ ମଧ୍ୟରେ ୨୫ରୁ ଅଧିକ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରିଛି । ଅଭିଯୁକ୍ତ ଜଣକ ଖୁଲମ୍ଖୁଲା ବନ୍ଧୁକ ଧରି ଗାଁରେ ବୁଲୁଥିଲା ଏବଂ କୁକୁର ଦେଖିବା ମାତ୍ରେ ଗୁଳି ଚଳାଉଥିଲା । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ଅମାନବୀୟ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଲା ଡୁମ୍ରାରେ ରହୁଥିବେ ଶେଓଚାନ୍ଦ ବାଭରିଆ। ସେ ଗାଁରେ ବେଧଡ଼କ ଅନ୍ଦାଜଣେ ରାଇଫଲ ଧରି ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ସେ ରାଫଲ ଧରି ବୁଲିବା ସହ ବୁଲା କୁକୁରଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଛି। ଶେଓଚାନ୍ଦର ଗୁଳିରେ କୁକୁର ଗୁଡ଼ିକ କେମିତି ରାସ୍ତା ଓ ଚାଷ ଜମିରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି, ତା'ର ଭିଡିଓ ଦେଖି ସମସ୍ତେ ଏହାକୁ ନିନ୍ଦା କରିଛନ୍ତି।

ଏହାକୁ ନେଇ ଗାଁ ଲୋକ ଓ ପଶୁ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁକୁରମାନେ ଭୟରେ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ବେଳେ ଶେଓଚାନ୍ଦ ସେମାନଙ୍କ ପିଛା କରି ଗୁଳି ମାରୁଥିଲା। ଏଥିରେ ତା'କୁ ଆଉ ଦୁଇ ଜଣ ମଧ୍ୟ ସହାୟତା କରିଥିବା କୁହାଯାଇଛି। କାରଣ ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ବ୍ୟକ୍ତି ବାଇକରେ ଜୀବନ ବିକଳରେ ଦୌଡ଼ୁ ଥିବା କିଛି ବୁଲା କୁକୁରଙ୍କୁ ପିଛା କରୁଛନ୍ତି। ଏହାପରେ ଜଣେ(ଶେଓଚାନ୍ଦ) କୁକୁର ଗୁଡ଼ିକୁ ଗୁଳି ମାରୁଛି। ତୃତୀୟ ବ୍ୟକ୍ତି ଜଣଙ୍କ ବାଇକରେ ସେମାନଙ୍କ ପିଛା କରିବା ସହ ପୂରା ଘଟଣାର ଭିଡିଓ ରେକର୍ଡିଂ କରୁଛି। ତେଣୁ ପୂରା ଘଟଣାରେ ୩ ଜଣ ସାମିଲ ଥିବା କୁହାଯାଇଛି। ତଥାପି ପୁଲିସ୍ ଏହାର ତଦନ୍ତ କରୁଛି।












Click it and Unblock the Notifications