Get Updates
Get notified of breaking news, exclusive insights, and must-see stories!

ଭୟଙ୍କର କାର୍ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ

ରାଜସ୍ଥାନ ଦୌସା-ମନୋହରପୁର ହାଇୱେର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲର ଏବଂ କାର୍ ମୁହାଁମୁହିଁ ଧକ୍କା ହେବା ପରେ ଗାଡ଼ି ଓଲଟି ପଡିଥିଲା । ଦୁର୍ଘଟଣାରେ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଛି । ପରିବାରର ସମସ୍ତ ଲୋକ ଖାଟୁଶ୍ୟାମଜୀଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।

ଖବର ମୁତାବକ, ଆଜି ସକାଳ ସମୟରେ ଦୌସା-ମନୋହରପୁର ହାଇୱେ ସ୍ଥିତ ନେକାୱାଲା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଛି । ଟ୍ରଲର ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇଟି ଯାକ ଗାଡ଼ି ଖାଇକୁ ଓଲଟି ପଡିଥିଲା । ଫଳରେ ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଛି ।

road accident

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ଉଦ୍ଧାର କରିଥିଲା । କାରରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଗାଡ଼ିରୁ ମୃତଦେହ କାଢି ସ୍ଥାନୀୟ ହସପିଟାଲରେ ରଖିଛି । ତେବେ ଏମାନେ ସମସ୍ତେ ଖାଟୁଶ୍ୟାମଜୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ତେବେ ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ଜଣେ ପିଲା ସାମିଲ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+