ଦୁଷ୍କର୍ମ ଅଭିଯୁକ୍ତ ଆଶାରାମଙ୍କୁ ଆଶ୍ୱସ୍ତି, ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ଦେଲେ ହାଇକୋର୍ଟ
ଜେଲ୍ରୁ ବାହାରିବେ ଆଶାରାମ ବାପୁ। ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ। ଅସୁସ୍ଥତାକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ଦୀନେଶ ମେହେଟ୍ଟା ଏବଂ ଜଷ୍ଟିସ ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ତଳେ ଅନ୍ୟ ଏକ ବଳାତ୍କାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଥିଲେ।
ଶୁଣାଣି ବେଳେ ଉଚ୍ଚ ଅଦାଲତ କହିଛନ୍ତି, ହାଇକୋର୍ଟରେ ଆଶାରାମ ଦାଖଲ କରିଥିବା ଜାମିନ ଆବେଦନ ଅନ୍ୟ ଏକ ମାମଲାରେ ତାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ କରାଯାଇଥିବା ଜାମିନ ଆବେଦନ ସହ ଅନୁରୂପ ରହିଛି। ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ହାଇକୋର୍ଟ ମଧ୍ୟ ଆଶାରାମଙ୍କୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ଜାମିନ ପ୍ରଦାନ କରିଛନ୍ତି।

୨୦୧୩ ମସିହାରେ ଆଶାରାମ ବାପୁ ଯୋଦ୍ଧପୁରର ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ୩୧ ଅଗଷ୍ଟ ରାତିରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ତା'ପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍ରେ ରଖାଯାଇଥିଲା। ଏହି ମାମଲାରେ ସ୍ୱତନ୍ତ୍ରକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡା ଦେଶ ଦେଇଥିଲେ। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।












Click it and Unblock the Notifications