ଆଶାରାମଙ୍କୁ ମିଳିଲା ୧୭ ଦିନିଆ ପାରୋଲ୍,ହେଲେ କାହିଁକି ଦେଲେ ହାଇକୋର୍ଟ ?
ନୂଆଦିଲ୍ଲୀ: ଶେଷ ନିଶ୍ବାସ ପର୍ଯ୍ୟନ୍ତ କଠୋର କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଆଶାରାମଙ୍କୁ ପୁଣି ଥରେ ଚିକିତ୍ସା ପାଇଁ ରାଜସ୍ଥାନ ହାଇକୋର୍ଟ ୧୭ ଦିନ ପାରୋଲ ଦେଇଛନ୍ତି । ମହାରାଷ୍ଟ୍ରର ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶାରାମଙ୍କ ଓକିଲ ରାଜସ୍ଥାନ ହାଇକୋର୍ଟରେ ଏକ ଆବେଦନ କରିଥିଲେ।
ଏଥିରେ ଅଶାରାମଙ୍କ ଚିକିତ୍ସା ପାଇଁ ପାରୋଲ ଦାବି କରାଯାଇଥିଲା। ଏହି ଆବେଦନ ଶୁଣିବା ପରେ ଆଶାରାମଙ୍କୁ ୧୭ ଦିନ ଚିକିତ୍ସା ପାଇଁ ପାରୋଲ ଦିଆଯାଇଛି। ଯେଉଁଥିରେ ଚିକିତ୍ସା ପାଇଁ ୧୫ ଦିନ ଏବଂ ଯାତ୍ରା ପାଇଁ ଦୁଇ ଦିନ ଦିଆଯାଇଛି।

କୋର୍ଟଙ୍କ ତରଫରୁ ପୂର୍ବରୁ ଦିଆଯାଇଥିବା ପାରୋଲର ସର୍ତ୍ତ କାର୍ଯ୍ୟକାରୀ କରିବାକୁ ପୋଲିସ ପ୍ରଶାସନକୁ କୁହାଯାଇଛି। ଏୟାର ଆମ୍ବୁଲାନ୍ସ ଯୋଗେ ଆଶାରାମଙ୍କୁ ମହାରାଷ୍ଟ୍ରର ମାଧବବାଗ ଡାକ୍ତରଖାନାକୁ ନିଆଯିବ।












Click it and Unblock the Notifications