ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ
ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୯ ଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହି ସୂଚନା ଦେଇଛି। ଏହି ଭୂମିକମ୍ପର ପ୍ରଭାବ ମଧ୍ୟ ପ୍ରଦେଶର ମନ୍ଦସୌର ଜିଲ୍ଲାର ପିପଲିୟାମାଣ୍ଡି ଏବଂ ମଲହାରଗଡ଼ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।

କୁହାଯାଇଛି ଯେ ଗୁରୁବାର ସକାଳ ୧୦.୭ ସମୟରେ ମନ୍ଦସୌର ଜିଲ୍ଲାର ପିପଲିୟାମାଣ୍ଡି ଏବଂ ମଲହାରଗଡ଼ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ରାଜସ୍ଥାନର ନିକଟବର୍ତ୍ତୀ ସହର ପ୍ରତାପଗଡ଼ରେ ଭୂମିକମ୍ପର ୧୦ କିଲୋମିଟର ତଳେ ବୋଲି କୁହାଯାଉଛି।












Click it and Unblock the Notifications