ଗେହଲଟ-ପାଇଲଟ ଗୋଷ୍ଠୀ କନ୍ଦଳ, ଇସ୍ତଫା ଦେଲେ ୯୨ ବିଧାୟକ

ଗେହଲଟ-ପାଇଲଟ ଗୋଷ୍ଠୀ କନ୍ଦଳ, ଇସ୍ତଫା ଦେଲେ ୯୨ ବିଧାୟକ

ରାଜସ୍ଥାନ: ଗେହଲଟ-ପାଇଲଟ ଗୋଷ୍ଠୀ କନ୍ଦଳ । ମୁଖ୍ୟମନ୍ତ୍ରୀ ପଦ ପାଇଁ ସରଗରମ ରାଜସ୍ଥାନ ରାଜନୀତି । ଉଡିପାରିଲା ନାହିଁ ପାଇଲଟଙ୍କ ବିମାନ । ସଚିନ୍ ପାଇଲଟଙ୍କୁ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି କଂଗ୍ରେସର ୯୨ ବିଧାୟକ ଇସ୍ତଫା ଦେଇଥିବା ନେଇ ସୂଚନା ରହିଛି । ଦଳର ନିଷ୍ପତ୍ତିକୁ ବିରୋଧ କରି ବିଧାୟକ ମାନେ ବାଚସ୍ପତି ସିପି ଜୋଶୀଙ୍କୁ ନିଜ ଇସ୍ତଫା ପତ୍ର ପ୍ରାଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବିଧାୟକ ପ୍ରତାପ ସିଂ ।

Rajasthan congress crisis

ଗେହଲଟଙ୍କ ଇସ୍ତଫା ପରେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ପଦବୀ ସମ୍ବାଳିବେ ବୋଲି ଚର୍ଚ୍ଚା ହୋଇଥିଲା । ଏ ନେଇ ଗତକାଲି ବିଧାୟକ ବୈଠକ ବସିବୋଲି ମଧ୍ୟ ସୂଚନା ରହିଥିଲା ହେଲେ ବିଧାନସଭା ପାର୍ଟି ବୈଠକ ପୂର୍ବରୁ ବଦଳି ଯାଇଥିଲା ରାଜନୈତିର ଗଣିତ । ପୂର୍ବରୁ ଦୁଇ ଦଳରେ ବିଭକ୍ତ ବିଧାୟକମାନେ ନିଜ ନିଜ ନେତାଙ୍କ ସମର୍ଥନ କରିବା ଆରମ୍ଭ କରିଥିଲେ । ଗେହଲଟ ଦଳର ବିଧାୟକମାନେ ସଚିନ ପାଇଲଟଙ୍କୁ ସିଏମ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଥିଲେ । ସେଥିପାଇଁ ବୈଠକ ପୂର୍ବରୁ ଗେହଲଟ ଦଳର ବିଧାୟକମାନେ ଇସ୍ତଫା ନେଇ ବାଚସ୍ପତି ସିପି ଜୋଶୀଙ୍କ ବାସଭବନରେ ପହଞ୍ଚିଥିଲେ । ଏହା ସହ ସେମାନେ ବିଧାନସଭା ପାର୍ଟି ବୈଠକରେ ମଧ୍ୟ ଯୋଗ ଦେଇ ନଥିଲେ ।

ରାଜସ୍ଥାନ ରାଜନୀତିକୁ ନେଇ ଉପୁଜିଥିବା ବିବାଦକୁ ନେଇ ଗେହେଲଟଙ୍କ ସହ ଅଲୋଚନା କରିଥିଲେ କଂଗ୍ରସର ବରିଷ୍ଠ ନେତା କେ.ସି. ବେଣୁଗୋପାଳ । ହେଲେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ନାହିଁ ବୋଲି କହିଛନ୍ତି ଗେହଲଟ ।

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଯଦି ଗେହଲଟ ଏଆଇସିସି ସଭାପତି ହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପଡିବ ବୋଲି ଦଳର ହାଇକମାଣ୍ତ ନିଷ୍ପତ୍ତି ନେଇଥିଲେ । ହେଲେ ରାଜସ୍ଥାନର ୧୦୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଗେହଲଟଙ୍କ ସପକ୍ଷରେ ୯୨ ବିଧାୟକ ଥିବାବେଳେ ସଚିନ ପାଇଲଟଙ୍କୁ ମାତ୍ର ୧୫ ଜଣ ବିଧାୟକଙ୍କ ସମର୍ଥନ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+