ନାମାଙ୍କନ ପତ୍ର ଦାଖଲ କଲେ ଅଶୋକ ଗେହଲଟ୍
Rajasthan Assembly Election: ଆଜି ନାମାଙ୍କନ ପତ୍ର ଦାଖଲ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସରଦ୍ଧାପୁରା ବିଧାନସଭା ନିର୍ବାଚନମଣ୍ତଳୀରୁ ନିଜ ପାର୍ଥିପତ୍ର ସେ ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗେହଲଟ ଯୋଧପୁରରରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ଏବଂ ନିଜ ବଡ଼ ଭଉଣୀଙ୍କ ଆଶୀର୍ବାଦ ନେଇ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ସମୟରେ ତାଙ୍କ ସହ ହଜାର ହଜାର କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।
ନାମାଙ୍କନ ଭରିବା ପରେ ଅଶୋକ ଗେହଲଟ କହିଛନ୍ତି, ପ୍ରଥମେ ରାଜସ୍ଥାନରୁ ପଛୁଆ ରାଜ୍ୟ ଭାବେ ବିବେଚନା କରାଯାଉଥିଲା ହେଲେ ବର୍ତ୍ତମାନ ସମୟ ବଦଳିଯାଇଛି । ଆଜି ରାଜ୍ୟରେ ଆର୍ଥାତ୍ ରାଜସ୍ଥାନରେ ଆଇଆଇଟି, ଏମ୍ସ, ଆଇଆଇଏମ୍ ଏବଂ ଅନେକ ବଡ଼ ବଡ଼ ବିଶ୍ୱବିଦ୍ୟାଳ ରହିଛି ।

ସେ ଆହୁରି କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଯେତେବେଳେ ହୋଇଥିଲି ସେତେବେଳେ ରାଜ୍ୟରେ ମାତ୍ର ୬ଟି ବିଶ୍ୱବିଦ୍ୟାଳୟ ଥିଲା ହେଲେ ଏବେ ଏଠାରେ ୧୦୦ରୁ ଅଧିକ କଲେଜ ରହିଛି । ତେବେ ରାଜ୍ୟବାସୀ ପୁଣି ସମାନ ସରକାର ଚାହୁଁଛନ୍ତି' । ତେବେ ନାମାଙ୍କନ ପତ୍ର ଦାଖଲ କରିବା ସମୟପେ ଗେହଲଟଙ୍କ ପତ୍ନୀ ଏବଂ ତାଙ୍କ ପୁଅ ବୈଭବ ଗେହଲଟଙ୍କ ସହ ଉପସ୍ଥିତ ଥିଲେ ।
#WATCH | Rajasthan CM Ashok Gehlot files nomination from the Sardarpura Assembly constituency for the upcoming Assembly elections in Rajasthan. pic.twitter.com/sgpDCF0YJA
— ANI (@ANI) November 6, 2023
ନିର୍ବାଚନ ପାଖେଇ ଆସୁଥିବାରୁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସମସ୍ତ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । ସର୍ଦ୍ଦାରପୁରକୁ କଂଗ୍ରେସର ବଡ଼ ବୋଲି କୁହାଯାଏ । ୧୯୯୮ରୁ ସମସ୍ତ ନିର୍ବାଚନରେ ଗେହେଲଟ ଏହି ଆସନରୁ ଜିତି ଆସୁଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ସେ ୬୩ ପ୍ରତିଶତ ଭୋଟ୍ ପାଇଥିଲେ ।












Click it and Unblock the Notifications