ବିଜେପିକୁ ଝଟ୍କା: ଇସ୍ତଫା ଦେଲେ କୃଷି ମନ୍ତ୍ରୀ
Kirodi Lal Meena: ରାଜସ୍ଥାନ ରାଜନୀତିରେ ହଲଚଲ୍ । କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା ନିଜ ପଦରୁ ଇସ୍ତଫା ଦେଲେ । ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ।

ଇସ୍ତଫା କିଛି ଦିନ ପୂର୍ବରୁ ପଠାଯାଇଥିଲା, କିନ୍ତୁ ଆଜି ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରରେ ଏନେଇ ସେ ନିଜ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ସମୟରେ କିରୋଡି ଲାଲ ମୀନା କହିଥିଲେ ଯେ ଯଦି ବିଜେପି ଦୋସା ଆସନରୁ ହାରିଯାଏ ତେବେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେବି।
ସୂଚନା ଅନୁସାରେ, ଲୋକସଭା ନିର୍ବାଚନ 2024 ଫଳାଫଳ ଘୋଷଣା ହେବା ପରଠାରୁ କିରୋଡି ଲାଲଙ୍କ ଇସ୍ତଫାକୁ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏହି ଗୁଜବ ସତ ପ୍ରମାଣିତ ହୋଇଛି । କୁହାଯାଉଛି କିରୋଡି ଲାଲ ମୀନା ୧୦ଦି ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି ।ହେଲେ ଆଜି ସେ ଏକ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ତେବେ ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଦୁଇ ଦିନ ପୂର୍ବରୁ ରାଜସ୍ଥାନ କୃଷି ମନ୍ତ୍ରୀ ମୀନା ମଧ୍ୟ ଦିଲ୍ଲୀ ଯାଇଥିଲେ। ହେଲେ ରାଜ୍ୟସଭାର ବଜେଟ୍ ଅଧିବେଶନରେ ଯୋଗ ଦେଇନଥିଲେ।
रघुकुल रीति सदा चलि आई।
प्राण जाई पर बचन न जाई।।(श्रीरामचरितमानस)
— Dr.Kirodi Lal Meena (@DrKirodilalBJP) July 4, 2024
କିରୋଡି ଲାଲ ମୀନା ରାଜ୍ୟସଭାର ସାଂସଦ ଥିଲେ। ଏଥର ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ସାୱାଇ ମାଧୋପୁରରୁ ପ୍ରାର୍ଥୀ କରିଥିଲା ଏବଂ ସେ ଜିତି ମଧ୍ ଥିଲେ । କିରୋଡୀ ଲାଲ ମୀନା ମଧ୍ୟ ଦୁଇଥର ଲୋକସଭା ସାଂସଦ ହୋଇଛନ୍ତି। ଏହା ବ୍ୟତୀତ ସେ ପାଞ୍ଚ ଥର ବିଧାୟକ ହୋଇସାରିଛନ୍ତି।












Click it and Unblock the Notifications