Get Updates
Get notified of breaking news, exclusive insights, and must-see stories!

ବିଜେପି ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା, କହିଲେ ହାରିଲେ ହେବି ଲଣ୍ଡା

ଜୟପୁର: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ସହିତ ଅନେକ ରାଜ୍ୟରେ କେତେକ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ରାଜସ୍ଥାନର ୭ଟି ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ନିର୍ବାଚନ ଲାଗି ରାଜ୍ୟର ସମସ୍ତ ରାଜନୈତିକ ଦଳ ଗୁଡ଼ିକ କରୁଛନ୍ତି ଜୋରଦାର ପ୍ରଚାର । ଏଭଳି ରାଜନୈତିକ ମାହୋଲ ମଧ୍ୟରେ ବିଜେପିର ସ୍ୱାସ୍ଥ୍ୟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଖିମସର ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଆମେ ଏହି ନିର୍ବାଚନରେ କେବେ ବି ହାରିବୁ ନାହିଁ। ଯଦି ଆମେ ପରାଜିତ ହେଉ, ତେବେ ମୁଁ ମୋର ନିଶଦାଢ଼ି କାଟିବା ସହ ଲଣ୍ଡା ହେବି। ଖିମସର କହିଛନ୍ତି ଯେତେବେଳେ ମୁଁ ଏଠାରୁ ନିର୍ବାଚନ ଲଢ଼ିଥିଲି, ସେତେବେଳେ ମୁଁ ଖିଭଂସରର ମତଦାନ ବୁଥରେ ୯୫ ପ୍ରତିଶତ ଭୋଟ୍ ପାଇଥିଲି। ଆଜି ମୁଁ ସମସ୍ତଙ୍କୁ କହୁଛି ଏହି ନିର୍ବାଚନ ସମସ୍ତଙ୍କ ପାଇଁ ଏବଂ ଗାଁର ବିକାଶ ପାଇଁ। ମୁଁ ପ୍ରଥମ ଥର ପାଇଁ ନିର୍ବାଚନରେ ଜିତିଲି ଏବଂ ବସୁନ୍ଧରା ରାଜେ ମୋତେ ମନ୍ତ୍ରୀ କରାଇଥିଲେ।

bjp

ମୁଁ ଏହି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରିଥିଲି। ଖିମସର କହିଛନ୍ତି, ମୋର କ୍ୟାବିନେଟ ମନ୍ତ୍ରୀ ପଦ ଅଛି, ମୁଁ ବରିଷ୍ଠ ପଦରେ ଅଛି। ଆମ ପାର୍ଟି ଯୋଗୁ କେନାଲ ଜଳ ଆପଣଙ୍କ ପାଖରେ ପହଞ୍ଚିଲା। ଏହି ସମୟରେ ବିଜେପି ପ୍ରାର୍ଥୀ ରେଭନ୍ତରାମ ଡାଙ୍ଗା ଏବଂ ବିଜେପି ରାଜ୍ୟ ଉପାଧ୍ୟକ୍ଷ ଜ୍ୟୋତି ମିର୍ଦ୍ଧା ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+