ରାଜସ୍ଥାନରେ ୧୦ଟି ଆସନରେ ବିଜେପିର ନୂଆ ମୁହଁ!
ଜୟପୁର: ଆସନ୍ତା ଲୋକ ସଭା ନିର୍ବାଚନ ଲାଗି ନିଜ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି ବିଜେପି । ଦଳ ସୂତ୍ରରୁ ପ୍ରକାଶ ଯେ, ରାଜସ୍ଥାନର ସମସ୍ତ ୨୫ଟି ଆସନରେ ନାମ ଚୂଡାନ୍ତ ହୋଇଛି, ସେଥିମଧ୍ୟରୁ ୧୦ଟି ସିଟ୍ରେ ନୂଆ ମୁହଁ ଆସିବ । ସମସ୍ତଙ୍କ ନାମ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ଦଳ ସୂତ୍ରରୁ ପ୍ରକାଶ ।
ରାଜ୍ୟ ସଭାପତି ସିପି ଯୋଶୀଙ୍କୁ ଚିତ୍ତରଗଡ଼, ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କୋଟା, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ବିକାନେର, ଦୁଶନ୍ତ ସିଂଙ୍କୁ ଝାଲୱର, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଯୋଧପୁର, କେନ୍ଦ୍ର ମନ୍ତ୍ରୀ କୈଳାସ ଚୌଧୁରୀଙ୍କୁ ସୁଯୋଗ ମିଳିପାରେ । ଆରସି ବୋହରା ଜୟପୁରରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।
ପାର୍ଟି ସୂତ୍ରରୁ ପ୍ରକାଶ ଯେ, ଏଠାରେ ନୂଆ ଚେହେରା ମାନଙ୍କ ମଧ୍ୟରେ ରାଜେନ୍ଦ୍ର ରାଠୋର ରାଜ ସମନ୍ଦ, ଅଜମେର କିମ୍ବା ଜୟପୁରରୁ ସତୀଶ ପୁନିଆଙ୍କ ସୁଯୋଗ ପାଇପାରନ୍ତି । ଜୟପୁର ଗ୍ରାମୀଣରୁ ରାଖୀ ରାଠୋର ମଧ୍ୟ ଦୌଡ଼ରେ ଅଛନ୍ତି । କଂଗ୍ରେସରୁ ମହେନ୍ଦ୍ର ମାଲଭିଆ ବନସୱରା ଡଙ୍ଗରପୁର ଆସନରୁ ଟିକେଟ ଟିକେଟ୍ ପାଇପାରନ୍ତି ।
ଏଥର ଦଳ ଉଦୟପୁର, ଭରତପୁର, ବନସୱରା ଡଙ୍ଗରପୁର, ଡାଉସା, ସିରୋହି, ଅଜମେର, ଜୟପୁର ରୁରାଲ, ରାଜସମନ୍ଦ, ଝୁନ୍ଝୁନ୍ ଅଲୱାର, ଟଙ୍କ୍ ସାୱାଇ ମାଧପୁର ଆସନରେ ନୂଆ ମୁହଁ ଦେବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଜନତା ପାର୍ଟିର ତାର ପ୍ରଥମ ତାଲିକା ପ୍ରକାଶ ପାଇବା ପୂର୍ବରୁ ଅନେକ ସୂତ୍ରରୁ ଅନେକ ଦାବି କରିଛନ୍ତି ।
ଦଳ ମଧ୍ୟ ଖୁବ ଶୀଘ୍ର ନାମ ଘୋଷଣା କରିବ ବୋଲି ମଧ୍ୟ କହିସାରିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ସାଂସଦଙ୍କ ଟିକେଟ୍ ଚୂଡାନ୍ତ ହୋଇଛି । ତେବେ ଅନେକ ସାଂସଦଙ୍କ ନାମ ମଧ୍ୟ କଟାଯାଇଥିବା ମଧ୍ୟ ଶୁଣାଯାଉଛି । ଏଥର ବିଜେପି ୪୦୦ ପାର ସ୍ଲୋଗାନ ଦେଇଛି, ଏପଟେ ଦଳର ସର୍ଭେ ପରେ ନାମଗୁଡିକ ଉପରେ ଏକ ସହମତି ପ୍ରକାଶ ପାଇଛି ।

ବିଜେପିର ପ୍ରଥମ ତାଲିକା ଯେକୌଣସି ସମୟରେ ଆସିପାରେ । ଏହି ପରିପ୍ରେକ୍ଷୀରେ ଗୁରୁବାର ରାତିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୂତ୍ରରୁ ପ୍ରକାଶ ଯେ ଏଥର ବିଜେପି ପ୍ରଥମ ତାଲିକାରେ ୧୫୦ ରୁ ୧୭୦ ନାମ ଘୋଷଣା କରିପାରେ । ତେବେ ପୁରୁଣା ଚେହେରାଙ୍କ ଉପରେ ଟିକେଟରେ ସଙ୍କଟ ଦେଖାଦେଇଥିବା କୁହାଯାଉଛି । ଆଭ୍ୟନ୍ତରୀଣ ସର୍ଭେ ପରେ ବିଜେପି ନାମ ଚୂଡାନ୍ତ କରିଛି । ଯେଉଁ ପ୍ରାର୍ଥୀଙ୍କର ବିଜୟର ସମ୍ଭାବନା ଅଛି ତାଙ୍କୁ ହିଁ ଟିକେଟ୍ ଦିଆଯାଇଛି ।












Click it and Unblock the Notifications