ବାହାଘର ପାଇଁ ବଦଳିଲା ବିଧାନସଭା ନିର୍ବାଚନ ତାରିଖ, ନଭେମ୍ବର ୨୩ ନୁହେଁ ଏହି ଦିନ ହେବ ଭୋଟିଂ
Rajasthsn Election Date: ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ । ନିର୍ବାଚନ ଆୟୋଗ ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ 23 ନଭେମ୍ବରରେ ମତଦାନ ହେବା ନେଇ ତାରିଖ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁସାରେ 25 ନଭେମ୍ବରରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । ତାରିଖ ପରିବର୍ତ୍ତନ କରିବାକୁ ବିଭିନ୍ନ ସଂଗଠନର ଦାବି କରିଥିଲା। କାରଣ ଦେବ ଉଥାନି ଏକାଦଶୀ 23 ତାରିଖରେ ଅଛନ୍ତି ତେଣୁ 23 ନଭେମ୍ବରରେ ବହୁ ସଂଖ୍ୟକ ବିବାହ ହେବାର ସମ୍ଭାବନା ରହିଛି । ଏହାକୁ ଧ୍ୟାନରେ ରଖି ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି ।

ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମ ସହିତ ରାଜସ୍ଥାନର ନିର୍ବାଚନ ତାରିଖ ସୋମବାର ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ନଭେମ୍ବର 7 ରୁ ନଭେମ୍ବର 30 ମଧ୍ୟରେ ପାଞ୍ଚଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଡିସେମ୍ବର 3 ରେ କରାଯିବ ।
ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜସ୍ଥାନର ଅନେକ ସାମାଜିକ ତଥା ଧାର୍ମିକ ସଂଗଠନ 23 ନଭେମ୍ବରକୁ ନେଇ ପ୍ରଶ୍ନ ଉଠାଇଥିଲେ । 23 ତାରିଖରେ ରାଜ୍ୟରେ ଅଧିକ ବିବାହ ଥିବାରୁ ଭୋଟରଙ୍କ ସଂଖ୍ୟା କମ୍ ଯିବାର ଆଶଙ୍କା ଥିଲା । ସେଥିପାଇଁ ମତଦାନର ତାରିଖ ପରିବର୍ତ୍ତନ କରାଯାଇଛି ।












Click it and Unblock the Notifications