Get Updates
Get notified of breaking news, exclusive insights, and must-see stories!

Rajasthan Assembly Election 2023: ଦିବା ୧୧:୩୦ଟା ସୁଦ୍ଧା ୨୪.୭୪ ପ୍ରତିଶତ ମତଦାନ

ଆଜି ସକାଳ ୭ଟାରୁ ରାଜସ୍ଥାନ ବିଧାନସଭା ନିର୍ବାଚନରେ 2023 ରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି । ଦିବା ୧୧:୩୦ଟା ସୁଦ୍ଧା ୨୪.୭୪ ପ୍ରତିଶତ ମତଦାନ ହୋଇଛି । ପ୍ରଥମ ଦୁଇ ଘଣ୍ଟାରେ ( ସକାଳ ୯:୩୦ ସୁଦ୍ଧା) ୯.୭୭ ପ୍ରତିଶତ ଭୋଟ୍ ପଡିଥିଲା ।

ରାଜସ୍ଥାନ ବିଧାନସଭାର ୧୯୯ ଟି ଆସନରେ ସକାଳ ୧୧ ଟା ପର୍ଯ୍ୟନ୍ତ ହୋଇଥିବା ଭୋଟ୍ ମଧ୍ୟରୁ ସର୍ବାଧିକ ୩୦.୨୫ ପ୍ରତିଶତ ଧୌଲପୁର ଜିଲ୍ଲାରେ ହୋଇଥିବାବେଳେ ସର୍ବନିମ୍ନ ୨୧.୦୭ ପ୍ରତିଶତ ଭୋଟ୍ ଉଦୟପୁର ଜିଲ୍ଲାରେ ହୋଇଛି ।

ସୂଚନାଯୋଗ୍ୟ ଯେ, ୧୬ ତମ ବିଧାନସଭା ପାଇଁ ରାଜସ୍ଥାନର ୨୦୦ ଟି ସିଟ୍ ମଧ୍ୟରୁ ୧୯୯ ରେ ସକାଳ ୭ ଟାରୁ ଭୋଟ୍ ଗ୍ରହଣ ହେଉଛି, ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶ୍ରୀଗଙ୍ଗନଗର ଜିଲ୍ଲାର ଶ୍ରୀକରଣପୁର ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ହେତୁ ସେଠାରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଥିଲା । ରାଜସ୍ଥାନର ୫.୨୫ କୋଟିରୁ ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ।

Rajasthan assembly election

ସିଏମ୍ ଅଶୋକ ଗେହଲୋଟ୍, ପୂର୍ବତନ ସିଏମ୍ ବସୁନ୍ଧରା ରାଜେ ସିନ୍ଧିଆ, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, ସଚିନ୍ ପାଇଲଟଙ୍କ ସମେତ ଅନେକ ପ୍ରମୁଖ ଚେହେରା ବୁଥରେ ଭୋଟ୍ ଦେଇଥିଲେ । ଵସୁନ୍ଧରା ରାଜେ ତାଙ୍କ ନାତି ବିନୟ ପ୍ରତାପଙ୍କ ଭୋଟ୍ ଦେବାକୁ ଆସିଥିଲେ। ବିଧାନସଭା ନିର୍ବାଚନରେ ବିନୟ ପ୍ରତାପ ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି । ଅନ୍ୟପକ୍ଷରେ ଯୋଧପୁରର ସର୍ଦ୍ଦାରପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିଏମ୍ ଅଶୋକ ଗେହଲୋଟ୍ ରାଜସ୍ଥାନି ପଗଡ଼ି ପିନ୍ଧି ଭୋଟ୍ ଦେବାକୁ ଆସିଥିଲେ ।

ରାଜସ୍ଥାନରେ ସକାଳ ୯ଟା ୩୦ ସୁଦ୍ଧା ୯.୭୭ ପ୍ରତିଶତ ମତଦାନ ହୋଇଥିଲା। ଥଣ୍ଡା ସତ୍ତ୍ୱେ ସକାଳ ସାତଟାରୁ ମତଦାନ କେନ୍ଦ୍ର ବାହାରେ ଧାଡି ଆରମ୍ଭ ହୋଇଥିଲା। ସୂର୍ଯ୍ୟ କିରଣ ହେବା ସହିତ ଭୋଟ୍ ପ୍ରତିଶତ ବୃଦ୍ଧି ପାଇବାକୁ ଲାଗିଲା। ଦ୍ୱିତୀୟ ୨ ଘଣ୍ଟାରେ, ଅର୍ଥାତ୍ ସକାଳ ୧୧:୩୦ ଟାରେ, ଭୋଟ୍ ହାର ୨୪ ପ୍ରତିଶତକୁ ବୃଦ୍ଧି ପାଇଲା। ସମଗ୍ର ରାଜସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପ୍ରକ୍ରିୟା ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+