ଭୟଙ୍କର ସଡ଼କ ଦୁର୍ଘଟଣା, ମହାକୁମ୍ଭ ଯାଉଥିବା ୮ ଶ୍ରଦ୍ଧାଳୁଙ୍କ ଅଧାବାଟରେ ଚାଲିଗଲା ଜୀବନ
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ସମସ୍ତ ମୃତକ ଜୟପୁରରୁ ପ୍ରୟାଗରାଜର ମହାକୁମ୍ଭକୁ ସ୍ନାନ କରିବାକୁ ଯାଉଥିଲେ। ଜୟପୁରରେ ବସ୍ ଓ କାର୍ ମଧ୍ୟରେ ଧକ୍କା ହୋଇଛି । ବସର ଚକ ଫାଟିଯିବାରୁ ଏହା ଅନିୟନ୍ତ୍ରିତ ହୋଇ ଡିଭାଇଡର ଅପରପାର୍ଶ୍ଵକୁ ଚାଲିଯାଇଥିଲା ଏବଂ ଏକ କାରକୁ ଜୋରରେ ଧକ୍କା ଦେଇଥିଲା ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଚିହ୍ନଟ କରିଛି ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ସେପଟେ ଦୁର୍ଘଟଣା ଯୋଗୁ ରାସ୍ତାରେ ଦୀର୍ଘ ସମୟ ଯାଏ ରାସ୍ତା ଜାମ୍ ରହିଥିଲା । ସ୍ଥାନୀୟଲୋକଙ୍କ କହିବାନୁସାରେ ମହାକୁମ୍ଭ ଅଭିମୁଖେ ଯାତ୍ରା କରୁଥିବା କାରର ହଠାତ ଚକା ଫାଟି ଯାଇଥିଲା। ଫଳରେ କାରଟି ରାସ୍ତାରେ ଅନିୟନ୍ତ୍ରିତ ହୋଇ ଡିଭାଇଡର ଡେଇଁ ଅପରପାର୍ଶ୍ବକୁ ଚାଲି ଯାଇଥିଲା। ଉକ୍ତ ରାସ୍ତା ଦେଇ ଆସୁଥିବା ଏକ ରୋଡୱେଜ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟାବହ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଚାଲିଯାଇଛି ।












Click it and Unblock the Notifications