ଆସିଲା ରାଜା ରଘୁବଂଶୀଙ୍କ ବ୍ୟବଚ୍ଛେଦ ରିପୋର୍ଟ
ମେଘାଳୟରେ ହୋଇଥିବା ଇନ୍ଦୋରର ରାଜା ରଘୁବଂଶୀଙ୍କର ହତ୍ୟାକାଣ୍ଡକୁ ନେଇ ପୁଲିସର ତନାଘନା। ଏହି ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ସାମ୍ନାକୁ। ଉକ୍ତ ରିପୋର୍ଟରେ ଅନେକ ସମ୍ୱେଦନଶୀଳ ଖୁଲାସା ହୋଇଛି। ପୋଷ୍ଟମର୍ଟମ ରିପୋର୍ଟରେ ରାଜା ରଘୁବଂଶୀଙ୍କ ମୁଣ୍ଡରେ ଦୁଇଟି ବଡ଼ ବଡ଼ କ୍ଷତ ଥିବା ଚିହ୍ନଟ ହୋଇଛି। ଏଥିରେ ରାଜାଙ୍କର ମୁଣ୍ଡରେ ଦୁଇଟି ଅଲଗା ଅଲଗା ଦିଗରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବା କଥା ସାମ୍ନାକୁ ଆସିଛି। ଗୋଟେ ଥର ସାମ୍ନାରୁ ଆକ୍ରମଣ କରାଯାଇ ଥିବା ବେଳେ ଆଉଥରେ ପଛରୁ ଆକ୍ରମଣ ହୋଇଥିବା ଜଣାପଡ଼ୁଛି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ ,ପୋଷ୍ଟମର୍ଟମ ରିପୋର୍ଟକୁ ଦେଖି ଏମିତି ଲାଗୁଛି ଯେ, ମୃତକ ରାଜାଙ୍କୁ ଖୁବ୍ ନିକଟରୁ ଆକ୍ରମଣ କରାଯାଇ ଥିଲା। ମେଘାଳୟ ପୁଲିସ ସୋମବାର ଏହି ହତ୍ୟାକାଣ୍ଡର ଖୁଲାସା କରି କହିଛି ଯେ, ରାଜା ରଘୁବଂଶୀଙ୍କ ହତ୍ୟାରେ କଥିତ ରୂପେ ତାଙ୍କର ପତ୍ନୀ ସୋନମ ନିଜେ ସାମିଲ ଥିଲେ। ସେ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ କିଲରଙ୍କୁ ଡକାଇ ଥିଲେ।
ମେଘାଳୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଆଇ ନୋଙ୍ଗରାଙ୍ଗ ସୋମବାର କହିଛନ୍ତି ଯେ, ସୋନମ ୟୁପିର ଗାଜିପୁରରେ ପୁଲିସରେ ସରେଣ୍ଡର କରିଛନ୍ତି। ହତ୍ୟାକାଣ୍ଡରେ ତିନି ଜଣଙ୍କୁ ଗିରଫ କରାଯାଇଛି , ଯେଉଁଥିରେ ଦୁଇ ଜଣ ମଧ୍ୟ ପ୍ରଦେଶ ଇନ୍ଦୋରର ଥିବା ବେଳେ ଆଉ ଜଣେ ୟୁପିର ଲଲିତପୁର ନିବାସୀ। ଏହି ମାମଲାରେ ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରୁ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଡିଜିପି କହିଛନ୍ତି, ଗିରଫ କରାଯାଇ ଥିବା ଲୋକେ ଖୁଲାସା କରିଛନ୍ତି ଯେ, ସୋନମ ରାଜା ରଘୁବଂଶୀଙ୍କର ହତ୍ୟା ପାଇଁ ତାଙ୍କୁ କଣ୍ଟ୍ରାକ୍ଟରେ ହାୟର କରି ଥିଲେ।
କହି ରଖୁଛୁ କି, ରାଜା ( ୨୯) ଓ ତାଙ୍କର ପତ୍ନୀ ସୋନମ ୨୩ ମେ'ରେ ମେଘାଳୟରେ ସୋହରା ଅଞ୍ଚଳର ନୋଙ୍ଗରିଆନ ଗାଁର ଏକ ହୋମଷ୍ଟେରୁ ବାହାରିବାର କିଛି ଘଣ୍ଟା ପରେ ନିଖୋଜ ହୋଇ ଯାଇ ଥିଲେ। ରାଜାଙ୍କର ମୃତଦେହ ଦୁଇ ଜୁନରେ ଗାଁ ଠାରୁ ୨୦ କିଲୋମିଟର ଦୂର ଏକ ଖାଇରେ ପଡ଼ିଥିବା ମିଳିଥିଲା। ଗୋଟିଏ ଦିନ ପରେ , ସେହି ନିକଟରୁ ରକ୍ତ ଲାଗିଥିବା ଏକ ଛୁରି ମିଳିଥିଲା ଏବଂ ଦୁଇଦିନ ପରେ ସୋହରାରିମ୍ ଓ ସେହି ଖାଇ ମଧ୍ୟବର୍ତ୍ତୀ ମାୱକମା ଗାଁରେ ଏକ ରେନକୋଟ୍ ମିଳି ଥିଲା। ଏହି ସ୍ଥାନରୁ ରାଜା ରଘୁବଂଶୀଙ୍କର ମୃତଦେହ ମିଳିଥିଲା।
କୁହାଯାଉଛି ଯେ, ରାଜାଙ୍କର ହତ୍ୟା ଧାରୁଆ ଅସ୍ତ୍ର ଦ୍ୱାରା କରାଯାଇ ଥିଲା। ପୋଷ୍ଟମର୍ଟମ ରିପୋର୍ଟ ଏହି କଥା ଆଡ଼କୁ ସଙ୍କେତ କରୁଛି ଯେ, ଏହା ଉପରେ ପାଖାପାଖି ଦୁଇଟି ଅଲଗା ଅଲଗା ଦିଗରୁ ଆକ୍ରମଣ କରାଯାଇ ଥିଲା। ରାଜାଙ୍କର ମୃତଦେହର ମୁଣ୍ଡରେ ଦୁଇଟି କ୍ଷତ ରହିଛି ଗୋଟିଏ ଆଗରେ ଓ ଦ୍ୱିତୀୟଟି ପଛରେ । ମେଘାଳୟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବର୍ତ୍ତମାନ ସୁଦ୍ଧା ବୟାନ ଏହି ଇସାରା କରୁଛି ଯେ ଏହି ହତ୍ୟାକାଣ୍ଡକୁ ସୁପରିକଳ୍ପିତ ଭାବେ କରାଯାଇ ଥିଲା।
ଢାବେର ଜଣେ କର୍ମଚାରୀ ସାମ୍ୱାଦିକଙ୍କୁ କହିଛନ୍ତି ଯେ, ସୋନମ ଇନ୍ଦୋରରେ ନିଜର ବାପା ମାଆଙ୍କୁ ଫୋନ୍ କରିବା ପାଇଁ ମୋବାଇଲ ମାଗିଥିଲେ। ଏହାପରେ ମଧ୍ୟପ୍ରଦେଶ ପୁଲିସକୁ ସୂଚିତ କରାଯାଇ ଥିଲା। ଏହି ସୂଚନାରେ ୟୁପି ପୁଲିସ ଆକ୍ଟିଭ୍ ହୋଇଥିଲା ଏବଂ ସେ ସୋନମଙ୍କୁ ଧରି ଥିଲେ। ବର୍ତ୍ତମାନ ସମୟରେ ସୋନମ ୟୁପି ପୁଲିସ ପାଖରେ ଅଛନ୍ତି। ପୁଲିସ ଅଧିକାରୀଙ୍କ କହିବା ହେଲା କି ମାମଲାର ଯାଞ୍ଚ ଏବେ ମେଘାଳୟ ପୁଲିସ କରୁଛି।












Click it and Unblock the Notifications