ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ; ମଙ୍ଗଳ ସୂତ୍ର ଓ ସୁନା ମୁଦି ଧରାଇ ଦେଲା ଦୋଷୀକୁ !
ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କୁ ଦାୟୀ କରାଯିବା ପରେ ସେ ନିଜର ଦୋଷ ସ୍ବୀକାର କରିଛନ୍ତି। ଏବେ ଏହାକୁ ନେଇ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଏବେ ତଦନ୍ତକାରୀମାନେ ତଦନ୍ତ ସମୟରେ ଷ୍ଟେ ରୁମ୍ରେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ ଛାଡ଼ି ଯାଇଥିବା ଏକ ବ୍ୟାଗ୍ ପାଇଛନ୍ତି। ସେଥିରୁ ମଙ୍ଗଳସୂତ୍ର ଓ ସୁନା ମୁଦି ମିଳିିଛି।

ବୁଧବାର ନନ୍ଗ୍ରାଙ୍ଗ୍ ଡିଜିପି ଏନେଇ ସୂଚନା ଦେଇଛନ୍ତି। ତଙ୍କ କହିବା କଥା ହେଲା ଜଣେ ବିବାହିତା ମହିଳା ନିଜ ଅଳଙ୍କାର ଖୋଲି ରଖି ଦେଇଯିବା ଘଟଣା ଆମ ମନରେ ସନ୍ଦେହ ଉପୁଜାଇଥିଲା ଓ ପରେ ତାଙ୍କ ପତ୍ନୀ ନିଜେ ହିଁ ଦୋଷ ସ୍ବୀକାର କରିଛନ୍ତି। ତେବେ ପୁଲିସ୍ ଏବେ ସୁଦ୍ଧା ସୋନମଙ୍କ ସହିତ ତାଙ୍କ ପ୍ରେମିକ ଓ ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ଗିରଫ କରିସାରିଛି।
ଏବେ ପ୍ରେମିକ ରାଜ କୁଶୱାହାଙ୍କ ସହିତ ସୋନମଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁହେଁ ଖୁବ ଖୁସିଥିବା ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ କିଭଳି ଆରମ୍ଭ ହୋଇଥିଲା, ତାହା ସାମ୍ନାକୁୁ ଆସିଛି।
ସୂଚନା ମୁତାବକ, ସୋନମଙ୍କ ବାପଘର ଇନ୍ଦୋରର ଗୋବିନ୍ଦ ନଗରରେ ଥିବା ଖାରଚା ଅଞ୍ଚଳରେ। ସୋନମଙ୍କ ପରିବାର ଫର୍ଣ୍ଣିଚରରେ ବ୍ୟବହୃତ ସନମାଇକା ବ୍ୟବସାୟ ସହିତ ଜଡିତ। ରାଜ୍ କୁଶୱାହା ଏହି ପ୍ରତିଷ୍ଠାନରେ କାମ କରୁଥିବା ବେଳେ ସୋନମଙ୍କ ସହ ତାଙ୍କର ଦେଖା ହୋଇଥିଲା।
କୁହାଯାଉଛି ଯେ, ରାଜ କୁଶୱାହା ସୋନମଙ୍କଠାରୁ ୫ବର୍ଷ ସାନ। ସେ ସମସ୍ତଙ୍କ ସାମ୍ନାରେ ସୋନମକୁ 'ଦିଦି' ବୋଲି ଡାକୁଥିଲେ। ସମାଜ ପାଇଁ ଭାଇ-ଭଉଣୀର ସମ୍ପର୍କ ଥିଲେ ବି ଦୁହେଁ ପରସ୍ପର ସହ ପ୍ରେମ ସମ୍ପର୍କ ରଖିଥିଲେ। ସୋନମ, ରାଜକୁ ସର୍ବସମ୍ମୁଖରେ 'ଭାଇ' ବୋଲି ଡାକୁଥିଲେ। ସୋନମ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ ହାତରେ ରାଖୀ ମଧ୍ୟ ବାନ୍ଧିଥିଲେ। ଏହି ସୂଚନା ସୋନମଙ୍କ ନିଜ ଭାଇ ଗୋବିନ୍ଦ ଦେଇଛନ୍ତି।












Click it and Unblock the Notifications