ସମସ୍ତ ଆସନରେ ପରାଜୟ ହେଲା ରାଜ ଠାକରେଙ୍କ ନବ ନିର୍ମାଣ ସେବା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବଡ଼ ବଡ଼ ରାଜନୈତିକ ବିଶ୍ଳେଷକମାନଙ୍କୁ ମଧ୍ୟ ଚମକାଇଦେଇଛି । ବିଜେପି ନେତୃତ୍ୱ ମହାୟୁତିର ମହାବିଜୟ ହୋଇଛି । ସେପଟେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡିର ଶୋଚନୀୟ ପରାଜୟ ହୋଇଛି ।

Raj Thackeray

ଏହାରି ଭିତରେ ରାଜ୍ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବ ନିର୍ମାଣ ସେନା ସମସ୍ତ ଆସନରେ ପରାଜିତ ହୋଇଛି । ୧୨୫ ଟି ଆସନରେ ନିର୍ବାଚନ ଲଢିଥିଲେ ବି ଦଳ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇନାହିଁ ।

୨୦୦୯ ମସିହାରେ ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ନବ ନିର୍ମାଣ ସେନା । ଏହି ନିର୍ବାଚନରେ ଦଳ ୧୩ ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଯାହାକି ଦଳର ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାପରେ ପ୍ରତି ନିର୍ବାଚନରେ ଦଳର ପ୍ରଦର୍ଶନ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ୨୦୧୯ ମସିହାରେ ଦଳକୁ ମାତ୍ର ଗୋଟିଏ ଆସନ ମିଳିଥିଲା । ହେଲେ ଚଳିତ ଥର ଦଳ ଖାତା ଖୋଲିବାରେ ଅସର୍ମଥ ହୋଇଛି । ୨୦୦୯ ରେ ଏମଏନଏସକୁ ୫.୭୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୪ ରେ ୩.୧୫ ପ୍ରତିଶତ ଓ ୨୦୧୯ରେ ୨.୨୫ ପ୍ରତିଶତ ଭୋଟ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+