ରାଜ ଠାକରେଙ୍କ ଏମଏନଏସ୍ ଏନଡିଏରେ ହେବ ସାମିଲ !
ମୁମ୍ବାଇ : ମହାରାଷ୍ଟ୍ରରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଆହୁରି ମଜଭୁତ୍ ହୋଇପାରେ । ସୂତ୍ରରୁ ପ୍ରକାଶ ଯେ ଖୁବ ଶୀଘ୍ର ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ୍) ଏନଡିଏରେ ଯୋଗଦେବେ । ମୁମ୍ବାଇ ବିଜେପି ସଭାପତି ଆଶିଷ ଶେଲାର ଏମଏନଏସ ସଭାପତି ରାଜ ଠାକରେଙ୍କୁ ଭେଟି ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିଲେ ।
ଏହି ବୈଠକ ପରେ ରାଜ ଠାକରେ ଖୁବ ଶୀଘ୍ର ମହାୟୁତୀଙ୍କ ସହଭାଗୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ରାଜ ଠାକରେଙ୍କୁ ଖୁବ ଶୀଘ୍ର ଦିଲ୍ଲୀ ଡକାଯାଇପାରେ । ସେ ଏଠାରେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟିବା ନେଇ ଆଲୋଚନା ହେଉଛି । ଏହାପୂର୍ବରୁ ଫେବୃଆରୀ ୧୫ ରେ ଡେପୁଟି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ ଠାକରେ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ । ସେ କହିଥିଲେ, "ସମୟ କହିବ ଏମଏନଏସ କେଉଁଠାରେ ରହିବ । ରାଜ ଠାକରେଙ୍କ ସହ ଆମର ଭଲ ବନ୍ଧୁତା ଅଛି । ଆମର ବୈଠକ ଜାରି ରହିଛି ।

ମହାରାଷ୍ଟ୍ର ନବନିର୍ମାନ ସେନା ମାର୍ଚ୍ଚ ୯ ରେ ନାସିକ ସହରରେ ଦଳର ବାର୍ଷିକୀ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେତେବେଳେ ଦଳର ସଭାପତି ରାଜ ଠାକରେ ରାଜ୍ୟର ବିଭିନ୍ନ ସ୍ଥାନରୁ କାର୍ଯ୍ୟାଳୟର ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧିତ କରିବେ । ମାର୍ଚ୍ଚ ୭ ରେ ସେ ବିଳମ୍ବିତ ରାତିରେ ନାଶିକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୮ ରେ ସେ ଦଳର ଅଧିକାରୀଙ୍କ ସହ ବୈଠକ କରିବେ । ସେ ସନ୍ଧ୍ୟାରେ କାଲାରାମ ମନ୍ଦିରରେ 'ଆରତୀ' ପୂଜାଚ୍ଚ;ନା କରିବାର ରହିଛି କାର୍ଯ୍ୟକ୍ରମ ।












Click it and Unblock the Notifications