ଶାହାଙ୍କୁ ଭେଟିଲେ ରାଜ୍ ଠାକରେ, ଏନଡିଏରେ ହୋଇପାରନ୍ତି ସାମିଲ

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି। ରାଜ ଠାକରେ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ। ମଙ୍ଗଳବାର ଦିନ ସେ ଏକ ଘରୋଇ ହୋଟେଲରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭେଟିଥିଲେ।

Raj Thackeray

ଏହି ବୈଠକ ଶେଷ ହେବା ପରେ ଏମଏନଏସ ମୁଖ୍ୟ ଅମିତ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥି। ଏହି ସମୟରେ ରାଜ ଠାକରେଙ୍କ ସହ ବିନୋଦ ତାୱଡେ ମଧ୍ୟ ଅମିତ ଶାହାଙ୍କୁ ଭେଟିବାକୁ ଆସିଥିଲେ।

ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସର୍କଲରେ ଚର୍ଚ୍ଚା ହେଉଛି ଯେ, ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ରାଜ୍ୟ ଭାଜପା ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ନୂଆଦିଲ୍ଲୀରେ ଉପସ୍ଥିତ ଅଛନ୍ତି।
ଦିଲ୍ଲୀରେ ପହଞ୍ଚିବା ପରେ ରାଜ ଠାକରେ କହିଛନ୍ତି, ମୋର କାର୍ଯ୍ୟସୂଚୀ କ'ଣ ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ। ମୋତେ କେବଳ ଦିଲ୍ଲୀ ଆସିବାକୁ କୁହାଯାଇଥିଲା ଏବଂ ମୁଁ ଦିଲ୍ଲୀ ଆସିଥିଲି।ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ଯଦି କୌଣସି ନିଷ୍ପତ୍ତି ନିଆଯାଏ ତେବେ ଆପଣଙ୍କୁ ସୂଚନା ଦିଆଯିବ। ରାଜ ଠାକରେଙ୍କ ଏମ୍‌ଏନ୍‌ଏସ୍‌ ଏନଡିଏରେ ପ୍ରବେଶ କରିପାରେ। ଭାଜପା ତାଙ୍କୁ ଶିନ୍ଦେଙ୍କ ଶିବସେନା କୋଟାରୁ ଆସନ ଦେଇପାରେ। ସୂଚନାନୁସାରେ, ରାଜ ଠାକରେ ଏନଡିଏରୁ ଦୁଇଟି ସିଟ ଦାବି କରୁଛନ୍ତି। ଯଦି ଏହା ହୁଏ, ତେବେ ମହାରାଷ୍ଟ୍ର ଭାଜପାର ପତିଆରା ବୃଦ୍ଧି ପାଇବା ସହ ଦଳ ଏଠାରେ ଏକତରଫା ବିଜୟ ହାସଲ କରିବ ବୋଲି ଚର୍ଚ୍ଚା ହେଉଛି।

ଭାଜପା ନେତୃତ୍ୱାଧୀନ ଏନଡିଏ ସହଯୋଗୀ ଦଳ ଏଥର ମହାରାଷ୍ଟ୍ରର ୪୮ ଟି ମଧ୍ୟରୁ ୪୫ଟି ଲୋକ ସଭା ଆସନ ଜିତିବାର ଲକ୍ଷ୍ୟ ରଖିଛି। କେନ୍ଦ୍ରରେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି ଏବଂ କେବଳ ଭାଜପା ୩୭୦ରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+