ୟୁପିରେ ପ୍ରକୃତିର ତାଣ୍ଡବ ନେଲା 39 ଜୀବନ
ବର୍ଷା ,ବଜ୍ରପାତ ଓ ଘୂର୍ଣ୍ଣିଝଡ ଯୋଗୁଁ ମଙ୍ଗଳବାର 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଆହତ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା 39 ରେ ପହଞ୍ଚିଛି ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି । ବର୍ଷା ,ବଜ୍ରପାତ ଓ ଘୂର୍ଣ୍ଣିଝଡ ଯୋଗୁଁ ମଙ୍ଗଳବାର 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଆହତ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା 39 ରେ ପହଞ୍ଚିଛି ।

ସେହିପରି ଅଲିଗଡ, ସାହାଜାନପୁର, ବାନ୍ଦ୍ରାରେ ବଜ୍ରାପାତରେ 3 ମୃତ୍ୟୁ ହୋଇଥିବା ବେଳେ ଲଖିମପୁର ଖେରୀରେ 2 ଜଣଙ୍କ ମୃତ୍ୟୁର ଶିକାର ହୋଇଛନ୍ତି । ଧୂଳିଝଡରେ ଆମେଠି, ଚିତ୍ରାକୋଟ, ଫିରୋଜାବାଦ,ମୁଜାଫରନଗର, ଜାଉନପୁରରେ ଜଣେ ଲେଖାଏଁ ଆଖି ବୁଜିଥିବା ବେଳେ ବାରଣାସୀ , ବୋରିବାଙ୍କ, ଆମ୍ବେଦକରନଗର, ବଲ୍ଲିଆ ଓ ଗୋଣ୍ତାରେ 2 ଜଣ ଲାଖାଏଁ ମୃତ୍ୟୁ ଘଟିଛି । ଅନ୍ୟପଟେ, ସୀତାପୁର ଓ କୌସାମ୍ବିରେ 3ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ତେବେ, ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକଙ୍କ ପରିବାର ବର୍ଗଙ୍କୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।












Click it and Unblock the Notifications