ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ, ବେହାଲ୍ ଜନଜୀବନ, ୮ମୃତ
ଗତ କିଛି ଦିନ ଧରି ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ ଦକ୍ଷିଣ ଭାରତର ଅନେକ ସ୍ଥାନରେ ଦୈନନ୍ଦିନ ଜୀବନଯାତ୍ରା ବିଗିଡ଼ି ଯାଇଛି। ବେଙ୍ଗାଲୁରୁରେ ଅତି ଦୟନୀୟ ସ୍ଥିତି ଉପୁଜିଛି। ସହରର ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଛି।
ସିଲ୍କ ରୋଡ୍ ଜଙ୍କସନ୍, ହୋସୁର ରୋଡ୍, ବିଟିଏମ୍ ଲେଆଉଟ୍ ସମେତ ସହରର ଅନେକ ପ୍ରମୁଖ ରାସ୍ତାରେ ପାଣିର ସୁଅ ଛୁଟୁଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ କର୍ଣ୍ଣାଟକରେ ମୋଟ୍ ୫ ଜଣଙ୍କ ମୃତ୍ୟୁ ହୋଇଛି। ବେଙ୍ଗାଲୁରୁ ସହରରେ କେବଳ ବର୍ଷାଜନିତ କାରଣ ପାଇଁ ୩୬ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ୨ ଜଣଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଛି।

ଅନ୍ୟପକ୍ଷେ ତାମିଲନାଡ଼ୁରେ ବର୍ଷାଜନିତ କାରଣ ପାଇଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ରହିଛି। ପାଣିପାଗ ବିଭାଗ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁ ପାଇଁ ରେଡ୍ ଆଲର୍ଟ ଜାରି କରିଛି। କେରଳର ୪ଟି ଜିଲ୍ଲା କସରଗଡ଼, କନ୍ନୁର , ୱାୟନାଡ଼ ଏବଂ କୋଝିକୋଡ଼କୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ପଲକ୍କଡ଼, ମଲପ୍ପୁରମ ଏବଂ ତ୍ରିଶୁର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପକ୍ଷରେ ଆସାମର ଗୌହାଟୀରେ ପ୍ରବଳ ବର୍ଷା ହୋଇଛି। ସୋମବାର ରାତିରୁ ୧୧୨.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାରକାରୀ ଦଳ ହାଇଆଲର୍ଟରେ ରହିଛନ୍ତି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications