ବର୍ଷା ସାଙ୍ଗକୁ ଭୟଙ୍କର ଭୂସ୍କଳନ, ୧୦ ଦିନରେ ଗଲାଣି ୪୪ ଜୀବନ

ଲଗାଣ ବର୍ଷା ଯୋଗୁଁ ହିମାଚଳପ୍ରଦେଶର ବ୍ୟାସ ନଦୀରେ ଅତି ସାଂଘାତିକ ବନ୍ୟା ଆସିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସମଗ୍ର ଅଞ୍ଚଳ ପାଇଁ ଆଜି ରେଡ୍‌ ଆଲର୍ଟ ଜାରି କରିଛି। ମଣ୍ଡି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ଶତାଧିକ ସ୍ଥାନରେ ଭୂସ୍ଖଳନ ହୋଇଛି। ମଣ୍ଡିରେ ୧୩୯ ରାସ୍ତା ବନ୍ଦ ହୋଇଥିବାବେଳେ ୩୧୪ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଅକାମୀ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମଣ୍ଡିରେ ସର୍ବାଧିକ ୨୨୩ ମିମି ବର୍ଷା ରେକର୍ଡ କରାଯାଇଛି।

ବର୍ଷାଜନିତ କାରଣ ପାଇଁ ରାଜ୍ୟରେ ଗତ ୧୦ ଦିନ ମଧ୍ୟରେ ୪୪ ଜଣଙ୍କ ମୃତ୍ୟୁ ‌ହୋଇଛି। ଆହୁରି ୨୦ ପାଖାପାଖି ଲୋକ ନିଖୋଜ ଅଛନ୍ତି। ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଚଣ୍ଡିଗଡ଼-ମନାଲି ୪ ଥାକିଆ ରାସ୍ତା ଏବେ ଅନେକ ସ୍ଥାନରେ ବନ୍ଦ ହୋଇଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଚାମ୍ବା, ମଣ୍ଡି, ହମିରପୁର, ଶିମଲା, ସିରମୌର ଏବଂ ‌‌ସୋଲନ ଜିଲ୍ଲାରେ ବନ୍ୟା ନେଇ ସତର୍କତା ଜାରି ହୋଇଛି।

lands lide

ଇତିମଧ୍ୟ‌ରେ ଆଇଏମ୍‌ଡି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଆଇଏମ୍‌ଡି ଅନୁଯାୟୀ ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ଏକ ବିଶାଳ ଅଂଶରେ ମୌସୁମୀ ସକ୍ରିୟ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+