ତାମିଲନାଡୁରେ ବର୍ଷା ବିତ୍ପାତ, ୧୫୨ ବର୍ଷର ଭାଙ୍ଗିଲା ରେକର୍ଡ
ଚେନ୍ନାଇ:ତାମିଲନାଡୁରେ ପ୍ରବଳ ବର୍ଷା ହେବ ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ୍ନ ହେବାକୁ ପଡ଼ୁଛି । ତାମିଲନାଡୁର ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହି ଚାରୋଟି ଜିଲ୍ଲା ହେଉଛି ତିରୁନେଲଭେଲି, ଟୁଟିକୋରିନ୍, ନେନକାସି ଏବଂ କନ୍ୟାକୁମାରୀ । ଥୁଥୁକୁଡି ଜିଲ୍ଲାର କୟାଲପଟ୍ଟିନମ ଅଞ୍ଚଳରେ ୧୭ ଓ ୧୮ ତାରିଖ ମଧ୍ୟରେ ୨୪ ଘଣ୍ଟାରେ ୯୩୨ ମି.ମି ବର୍ଷା ରେକର୍ଡ଼ ହୋଇଛି ।
ଯାହାକି ବର୍ଷକରେ ହୋଇଥିବା ବର୍ଷା ଠାରୁ ଅଧିକ । ବର୍ଷକରେ ଏହି ଅଞ୍ଚଳରେ ପ୍ରାୟ ୭୦୦ ମି.ମି ବର୍ଷା ହୋଇଥାଏ । ସମାନ ସ୍ଥିତି ତିରୁନେଲଭେଲି, ନେନକାସି ଓ କନ୍ୟାକୁମାରୀ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଏସବୁ ଜିଲ୍ଲାରେ ୬୭୦ରୁ ୯୩୨ ମି.ମି ପର୍ଯ୍ୟନ୍ତ ବର୍ଷା ରେକର୍ଡ଼ ହୋଇଛି । ପ୍ରବଳ ବର୍ଷା ଯୋଗୁ ଏସବୁ ଅଞ୍ଚଳରେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି ।

ଘର ଭିତରେ ୩ ଫୁଟରୁ ଅଧିକ ପାଣି ଭରିଯାଇଛି । ଲୋକମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ଭାରତୀୟସେନା ସହିତ ନୌସେନା, ଏନ୍ଡିଆରଏଫ ଏବଂ ଏସ୍ଡିଆରଏଫ୍ ଟିମ୍ ଏସବୁ ପ୍ରଭାବିତ ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ କହିଛନ୍ତି ରାଜ୍ୟର କିଛି ଅଞ୍ଚଳରେ ୧୮୭୧ ମସିହା ପରେ ସବୁଠାରୁ ଅଧିକ ବର୍ଷା ହୋଇଛି । କେବଳ ଥୁଥୁକୁଡି ଓ ତିରୁନେଲରେଲି ଜିଲ୍ଲାରେ ୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏହି ବର୍ଷାରେ ।
ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତିରେ ଥୁଥୁକୁଡି ନିକଟରୁ ଶତାଧିକ ଲୋକଙ୍କୁ ଉଦ୍ଧାର କରଯାଇଛି । ସେମାନଙ୍କ ଭିତରେ ଜଣେ ଗର୍ଭବତାଙ୍କ ସମେତ ୫୫ ମହିଳା ଓ ୧୯ ଜଣ ପିଲା ଅଛନ୍ତି । ଷ୍ଟାଲିନ ରାଜ୍ୟରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପୁର ଯୋଗାଇବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ପ୍ରବଳ ବର୍ଷା ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ।
ପ୍ରତ୍ୟେକ ଜିଲ୍ଲା ଉପରେ ନଜର ରଖିବା ପାଇଁ ଜଣେ ବରିଷ୍ଠ ଅଧିକାରୀ ନିଯୁକ୍ତ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ରିଲିଫ୍ ସେଣ୍ଟର ଏବଂ ବୋଟ୍ ପ୍ରସ୍ତୁତ ରଖିବାକୁ ଏବଂ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଷ୍ଟାଲିନ୍ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପାଣିରେ ବୁଡ଼ିଥିବା ଅଞ୍ଚଳରୁ ଲୋକଙ୍କୁ ଥଇଥାନ କାର୍ଯ୍ୟ ମଧ୍ୟ ଜାରି ରହିଛି ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications