ଯାତ୍ରୀଙ୍କ ପାଇଁ ବଡ ନିଷ୍ପତ୍ତି ନେଲେ ରେଳ ବିଭାଗ; କନଫର୍ମ୍ ଟିକେଟ୍ରେ ବଦଳାଇ ହେବ ଯାତ୍ରା ତାରିଖ
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ସଂରକ୍ଷିତ ଟିକେଟ୍ରେ ବଦଳାଇ ହେବ ଯାତ୍ରା ତାରିଖ । କନଫର୍ମ୍ ହୋଇସାରିଥିବା ଟ୍ରେନ୍ ଟିକେଟ୍ରେ ବି ଯାତ୍ରା ତାରିଖ ବଦଳାଇ ହେବ । ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତାବର୍ଷ ଜାନୁଆରିରୁ ଟ୍ରେନ୍ ଯାତ୍ରୀଙ୍କୁ ଏହି ନୂଆ ସୁବିଧା ମିଳିବ । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଅଚାନକ ପୂର୍ବ ଯୋଜନା ବାତିଲ କରି ଅନ୍ୟ ଦିନରେ ଯିବାକୁ ଯୋଜନା ଅଛି କି ?
ଏଭଳି କ୍ଷେତ୍ରରେ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହୁଅନ୍ତି ଅନେକ ରେଳଯାତ୍ରୀ
ପୂର୍ବ ଟିକେଟ୍ କ୍ୟାନସେଲ୍ କରି ନୂଆ ତାରିଖ ପାଇଁ ପୁଣି ଟିକେଟ୍ କରିବାକୁ ପଡ଼େ
ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ କଲେ ପୂରା ଟଙ୍କା ଫେରସ୍ତ ମିଳେନାହିଁ
ରେଳଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନୂଆ ନିୟମ ଲାଗୁ ହେବାକୁ ଯାଉଛି
ଜାନୁଆରିରୁ ନୂଆ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି
କନଫର୍ମ ହୋଇସାରିଥିବା ସଂରକ୍ଷିତ ଟିକେଟରେ ବଦଳାଇହେବ ଯାତ୍ରା ତାରିଖ
ଅନଲାଇନରେ ବିନା କୌଣସି ଅତିରିକ୍ତ ଦେୟରେ ଏହି ସେବା ମିଳିବ
ତେବେ ନୂଆ ତାରିଖରେ ସିଟ୍ ଉପଲବ୍ଧ ନଥିଲେ ମିଳିନପାରେ କନଫର୍ମ୍ ଟିକେଟ୍












Click it and Unblock the Notifications