ମହାକୁମ୍ଭରେ ଚଳାଚଳ କରିଥିଲା ୧୭ହଜାରରୁ ଅଧିକ ଟ୍ରେନ୍, ଯାତ୍ରା କରିଥିଲେ ୪କୋଟିରୁ ଅଧିକ ଲୋକେ
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ହୋଲି ଏବଂ ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଗତବର୍ଷ ୧୩ ହଜାର ୫୨୩ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଥିଲା । ଲୋକସଭାରେ ଏକ ପ୍ରଶ୍ନର ଲିଖୁତ ଉତ୍ତରରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦୁର୍ଗାପୂଜା, ଦୀପାବଳି ଏବଂ ଛଠ୍ ପର୍ବ ସମୟରେ ଭିଡ଼କୁ ଦୃଷ୍ଟିରେ ରଖ୍ ଗତ ବର୍ଷ ଅକ୍ଟୋବର ପହିଲାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ୮ ହଜାର ଟ୍ରିପ୍ ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯାଇଥିଲା ଏବଂ ପ୍ରାୟ ୧ କୋଟି ୮ ଲକ୍ଷ ଯାତ୍ରୀଙ୍କୁ 'ସେବା ଯୋଗାଇ ଦିଆଯାଇଥିଲା।

ମହାକୁମ୍ଭ ସମୟରେ ରେଳବାଇ ୧୭ ହଜାରରୁ ଅଧିକ ଟ୍ରେନ୍ ଚଳାଚଳ କରିଥୁଲା, ଯେଉଁଥିରେ ପାଖାପାଖୁ ୪ କୋଟି ୨୪ ଲକ୍ଷ ଯାତ୍ରୀ ସେବା ପାଇ ପାରିଥିଲେ ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।












Click it and Unblock the Notifications