୨୦୩୦ ସୁଦ୍ଧା ଦେଶର ୪୮ଟି ପ୍ରମୁଖ ସହରରେ ରେଳ ଚଳାଚଳ ଦ୍ୱିଗୁଣିତ କରିବାକୁ ଭାରତୀୟ ରେଳବାଇର ନିଷ୍ପତ୍ତ
ଭାରତୀୟ ରେଳବାଇ ଆସନ୍ତା ୨୦୩୦ ସୁଦ୍ଧା ୪୮ଟି ପ୍ରମୁଖ ସହରରେ ରେଳ ଚଳାଚଳକୁ ଦ୍ୱିଗଣିତ କରିବାକୁ ଯୋଜନା କରିଛନ୍ତି । ଟ୍ରେନ୍ରେ ଅଧିକ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ୍, ବେଙ୍ଗାଲୁରୁ, ପାଟନା, ଭୋପାଳ ଏବଂ ପୁରୀ ଆଦି ସହରରେ ଟ୍ରେନ୍ ଚଳାଚଳ ବୃଦ୍ଧି ପାଇବ ।

ରେଳ ମନ୍ତ୍ରଣାଳୟ କହିଛି, ଏହାଦ୍ୱାରା ଟ୍ରେନ୍ରେ ଯାତ୍ରୀମାନଙ୍କ ଯାତ୍ରା ସୁଗମ ହୋଇପାରିବ । ରେଳ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାର ଏ ସଂକ୍ରାନ୍ତରେ ସମସ୍ତ ଜୋନାଲ୍କୁ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି । ସେହି ଅଞ୍ଚଳଗୁଡ଼ିକରେ ନୂତନ ଟର୍ମିନାଲ୍ ପ୍ରତିଷ୍ଠା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications