ଦୀପାବଳି ଏବଂ ଛଟ୍ ପର୍ବ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା ରେଲୱେ

ଦୀପାବଳି ଏବଂ ଛଟ୍‍ ପର୍ବ ଅବସରରେ ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ବହୁସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ରେଳବାଇ ପକ୍ଷରୁ ଗତବର୍ଷ ତୁଳନାରେ ୨ ହଜାର ୫୦୦ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳର ବ୍ୟବସ୍ଥା କରାଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତବର୍ଷ ସ୍ୱତନ୍ତ୍ର ଟ୍ରେନ୍‍ ସଂଖ୍ୟା ୭ ହଜାରକୁ ବୃଦ୍ଧି କରାଯାଇଛି ବୋଲି ଘୋଷଣା କରିଛନ୍ତି ।

ଗତବର୍ଷ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ସଂଖ୍ୟା ୪ ହଜାର ୫୦୦ ରହିଥିଲା । ଶ୍ରୀ ବୈଷ୍ଣବ କହିଛନ୍ତି ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ଯୋଗୁଁ ଦୈନିକ ପ୍ରାୟ ୨ ଲକ୍ଷ ଅତିରିକ୍ତ ଯାତ୍ରୀ ଯାତାୟାତ କରିପାରିବେ । ପାର୍ବଣ ଋତୁରେ ଯାତ୍ରୀମାନଙ୍କୁ ନିରନ୍ତର ଏବଂ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳ ଷ୍ଟେସନ୍‍ମାନଙ୍କରେ ଅତିରିକ୍ତ ଟିକେଟ୍‍ କାଉଣ୍ଟରର ବ୍ୟବସ୍ଥା କରାଯାଇଛି ।

Railways

ସେହିପରି ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ୱୟଂଚାଳିତ ଟିକେଟ୍‍ ଭେଣ୍ଡିଂ ମେସିନ୍‍ ଇନକ୍ୱାରୀ କାଉଣ୍ଟର, ପାନୀୟ ଜଳ ଯୋଗାଣ ଏବଂ ମୋବାଇଲ୍‍ ଟଏଲେଟ୍‍ର ବ୍ୟବସ୍ଥା କରାଯାଇଛି । ରେଳବାଇ ପକ୍ଷରୁ ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଚଳିତ ବର୍ଷ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+