ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ରେଳରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି:ରେଳମନ୍ତ୍ରୀ
ଭାରତୀୟ ରେଳବାଇରେ ଗତ ୧୦ ବର୍ଷ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧ ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଲୋକସଭାରେ ଆଜି ଆସନ୍ତା ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ଚାଲିଥିବା ଆଲୋଚନାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା କହିଛନ୍ତି । ସେ କହିଛନ୍ତି, ୨୦୨୦ ମସିହା ପରଠାରୁ ଯାତ୍ରୀ ଭଡ଼ା ଅପରିବର୍ତ୍ତିତ ରହିଛି । ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଯାତ୍ରୀ ଭଡ଼ା କମ୍ ରହିଛି ବୋଲି ସେ କହିଛନ୍ତି ।
ଦେଶରେ ରେଳ ଦୁର୍ଘଟଣା ହ୍ରାସ କରିବାକୁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ରେଳବାଇ କ୍ଷେତ୍ରରେ ଅନେକ ବୈଷୟିକ ପରିବର୍ତ୍ତନ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଅଣାଯାଇଛି । ଭାରତୀୟ ରେଳବାଇ ଏକ ବଡ଼ ରପ୍ତାନୀକାରୀ ସଂସ୍ଥା ଭାବେ ନିଜକୁ ପ୍ରତିପାଦନ କରିଛି । ଅଷ୍ଟ୍ରେଲିଆକୁ ମେଟ୍ରୋ କୋଚ୍, ବ୍ରିଟେନ୍, ସାଉଦିଆରବ ଏବଂ ଫ୍ରାନ୍ସକୁ ଯାତ୍ରୀବାହି କୋଚ୍, ମେକ୍ସିକୋ, ସ୍ପେନ୍, ଜର୍ମାନୀ ଏବଂ ଇଟାଲୀକୁ ରେଳ ଚଳାଚଳ ଉପକରଣ ରପ୍ତାନୀ କରାଯାଉଛି ।

ଚଳିତ ବର୍ଷ ଦେଶରେ ୧ ହଜାର ୪୦୦ ଲୋକମୋଟିଭ୍ ଇଞ୍ଜିନ୍ ଉତ୍ପାଦିତ ହୋଇଛି, ଯାହା ଆମେରିକା ଏବଂ ୟୁରୋପର ମିଳିତ ଉତ୍ପାଦନ ଠାରୁ ଅଧିକ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରେଳ ଭିତ୍ତିଭୂମିରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି । ୩୪ ହଜାର କିଲୋମିଟର ରେଳପଥ ନିର୍ମାଣ କରାଯାଇଛି, ଯାହା ଜର୍ମାନୀର ସମଗ୍ର ରେଳନେଟ୍ୱର୍କ ଠାରୁ ଅଧିକ । ୫୦ ହଜାର କିଲୋମିଟର ରେଳପଥକୁ ବଦଳାଯାଇ ନୂଆ ରେଳପଥ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି












Click it and Unblock the Notifications