ରେଳଧାରଣାରୁ ଖସିଯାଇଛି ଟ୍ରେନର ଇଞ୍ଜିନ୍ । ଲକ୍ଷ୍ନୌ ଆସିବାଗ୍ ଜଙ୍କସନ ନିକଟରେ ଦୁର୍ଘଟଣା । ଇଞ୍ଜିନର ତାର ଖରାପ ହୋଇଯିବାରୁ କାମ୍ କଲାନି ଇଞ୍ଜିନ । ଯାହା ଫଳରେ ଇଞ୍ଜିନି ନିୟନ୍ତ୍ରଣରେ ନରହି ଟ୍ରାକ୍ ତଳକୁ ଖସିଗଲା ।ତେବେ ଦୁର୍ଘଟଣା ପରେ ରେଳ ବିଭାଗର କର୍ମଚାରୀ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ବେଳେ ରେଳଧାରଣା ଉପରେ ଟ୍ରେନ୍ ଅଟକି ଥିବାରୁ ଅନେକ ଟ୍ରେନ ପ୍ରଭାବିତ ହୋଇଛି । ଗୌମତୀ ନଦର ଷ୍ଟେସନରେ ଅନେକ ଏକ୍ସପ୍ରେସକୁ ଅଟକାଯାଇଛି । ଟ୍ରେନ୍ ବିଳମ୍ବ ହେଉଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ମାଲବାହୀ କି ଯାତ୍ରୀବାହୀ ଏଯାଏଁ ସ୍ପଷ୍ଟ ହୋଇପାରିନି ।