1700 ଟ୍ରେନ ଫେରିବ ଟ୍ରାକକୁ: ଲାଗୁହେବ କରୋନା ପୂର୍ବବର୍ତ୍ତୀ ଭଡା
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆଶ୍ଵସ୍ତି ଖବର। ଦୀର୍ଘ ଦିନ ପରେ ଦେଶରେ ରେଳଯାତ୍ରା ସ୍ଵାଭାବିକ ହେବାକୁ ଯାଉଛି। ଦେଶର ରେଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବଡ଼ ନିଷ୍ପତି ନିଆଯାଇଛି । କରୋନା ସମୟରେ ବନ୍ଦ ରଖାଯାଇଥିବା ରେଗୁଲାର ଟ୍ରେନ ସେବା ପୁଣି ଆରମ୍ଭ କରାଯିବ । ଏହା ସହିତ ଜଣାଇ ଅଳ୍ପ ଦିନ ମଧ୍ୟରେ ୧୭୦୦ ଶହରୁ ଅଧିକ ଟ୍ରେନ ନିର୍ଧାରିତ ସମୟାନୁସାରେ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି।

ମହାମାରୀ କରୋନା ସମୟରେ ରେଗୁଲାର ଟ୍ରେନ ଗୁଡିକ ଉପରେ କଟକଣା ଲଗାଯାଇ ସ୍ପେସଲ ଟ୍ରେନ ଚାଲୁଥିଲା । ସ୍ପେଶାଲ ଟ୍ରେନ ଯୋଗୁଁ ଯାତ୍ରୀମାନଙ୍କୁ ନିର୍ଧାରିତ ଦର ଠାରୁ ଅଧିକ ଦେୟ ଦେବାକୁ ପଡୁଥିଲା । ଏବେ ଯାନଯାତ୍ରା ସ୍ଵାଭାବିକ ହେବା ଯୋଗୁଁ ତଥା ଲୋକଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ରେଳଗାଡିରୁ ସ୍ପେଶାଲ ଟ୍ୟାଗ ହଟାଯିବ। ଫଳରେ ଯାତ୍ରୀମାନେ ପୂର୍ବ ନିର୍ଧାରିତ ଦରରେ ଅର୍ଥାତ କମ ଟିକେଟ ମୂଲ୍ଯରେ ଟିକେଟ ବୁକିଂ କରି ପାରିବେ। ମହାମାରୀ ସମୟରେ ଅଯଥା ଯାତ୍ରା କରୁଥିବା ଲୋକଙ୍କୁ ନିରୁତ୍ସାହ କରିବା ପାଇଁ ରେଳବାଇ ପକ୍ଷରୁ ମେଲ ଏକ୍ସପ୍ରେସ ଟ୍ରେନଗୁଡିକ ଆଗରେ ଶୂନ୍ୟ ଅଙ୍କ ଯୋଡାଯିବା ସହିତ ସ୍ପେଶାଲ ଟ୍ୟାଗ ଲଗାଯାଉଥିଲା। ଏହିଭଳି ଟ୍ରେନର ଭଡା ମଧ୍ୟ ଅଧିକ ରହୁଥିଲା।












Click it and Unblock the Notifications