Railway Ticket: ବିନା ଟିକେଟ୍ରେ AC ବଗିରେ ଯାତ୍ରା କରୁଛନ୍ତି ? TTE ଧରିଲେ ଏତିକି ଦେବେ ଫାଇନ୍
କୋଟି କୋଟି ଲୋକ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକ ପ୍ରଥମେ ଟ୍ରେନ୍ ଯାତ୍ରାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । କିଛି ପୂର୍ବରୁ ନିର୍ଦ୍ଧାରଣ କରି ଯାତ୍ରା କରୁଥିବା ବେଳେ କିଛି ଆକସ୍ମିକ ଭାବରେ ଯାତ୍ରା କରିଥାଆନ୍ତି । କହିବାକୁ ଯାତ୍ରୀଙ୍କ ପରିସ୍ଥିତି ଅନୁଯାୟୀ ସେମାନେ ଯାତ୍ରା କରିବାର ସମୟ ଓ ମାଧ୍ୟମକୁ ବାଛି ଥାଆନ୍ତି ।
ସିଂହଭାଗ ଯାତ୍ରୀ ଆକସ୍ମିକ ଭାବରେ ହେଉ କିମ୍ବା ପ୍ରତିଦିନ ଟ୍ରେନ୍ରେ ଯାତ୍ରା କରିବାକୁ ହିଁ ବିକଳ୍ପ ଭାବରେ ବାଛି ଥାଆନ୍ତି । ଏଭଳି ସ୍ଥିତିରେ ବେଳେବେଳେ କିଛି ଯାତ୍ରୀ ସ୍ଲିପର୍ ଟିକେଟ୍ ନେଇ ଏସି ବଗିରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାଆନ୍ତି । ତେବେ ଏହି ସମୟରେ ଯଦି ଯାତ୍ରୀ ଜଣକ TTE ହାତରେ ଧରା ପଡ଼ନ୍ତି ତେବେ କେତେ ଫାଇନ୍ ଦେବାକୁ ହେବ, ଜାଣନ୍ତୁ ।
ତେବେ ଆପଣଙ୍କ ଅବଗତି ପାଇଁ କହି ରଖୁଛୁ ଯେ, ରେଳବାଇ ଆପଣଙ୍କୁ ଜେନେରାଲ୍ ଟିକେଟ୍ ନେଇ ସ୍ଲିପର୍ କ୍ଲାସ୍ରେ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରିଥାଏ । କିନ୍ତୁ ଏଥିପାଇଁ କିଛିଟା ସର୍ତ୍ତ ରହିଛି, ଏହା ଜାଣିବା ଜରୁରୀ । ରେଳବାଇ ଆକ୍ଟ୍, ୧୯୮୯ ମୁତାବକ ଯଦି ଆପଣ ୧୯୯ କିମି ଭିତରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଟିକେଟ୍ର ବୈଧତା ତିନି ଘଣ୍ଟା ପାଇଁ ରହିବ ।

ଯଦି ଜେନେରାଲ୍ କୋଚ୍ରେ ଅଧିକ ଭିଡ଼ ଯୋଗୁଁ ଆପଣଙ୍କୁ ଜାଗା ମିଳିପାରୁନାହିଁ, ତେବେ ରେଳବାଇ ଆପଣଙ୍କୁ ଆଗାମୀ ଟ୍ରେନ୍ର ଅପେକ୍ଷା କରିବାକୁ ପରାମର୍ଶ ଦେଇଥାଏ । କିନ୍ତୁ ଯଦି ଆପଣଙ୍କ ଗନ୍ତବ୍ୟସ୍ଥଳକୁ ଆଉ ଟ୍ରେନ୍ ନାହିଁ ସେଭଳି କ୍ଷେତ୍ରରେ ଆପଣ ଏସି ବଗିରେ ଯାତ୍ରା କରି ପାରିବେ ।
ଏଭଳି ସ୍ଥିତିରେ ଆପଣ ଟ୍ରେନ୍ରେ ପ୍ରବେଶ କରିବା କ୍ଷଣି TTE ସହିତ ସମ୍ପର୍କ କରିବାକୁ ହେବ । ସେଠାରେ ଆପଣ ଆପଣଙ୍କ ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ । ଯଦି ସ୍ଲିପର କ୍ଲାସ୍ କିମ୍ବା ଏସି ବଗିରେ ସିଟ୍ ଉପଲବ୍ଧ ରହିଥିବ ତେବେ ଏସି ବଗି ଟିକେଟ୍ ଓ ଜେନେରାଲ୍ ଟିକେଟ୍ ମୂଲ୍ୟ ମଧ୍ୟରେ ଥିବା ପ୍ରାର୍ଥକ୍ୟକୁ ଦେଖି ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରିବେ ।
ଯଦି ଟ୍ରେନ୍ରେ ସିଟ୍ ଉପଲବ୍ଧ ନାହିଁ, ତେବେ ଆପଣଙ୍କୁ ଆଗାମୀ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା ପାଇଁ ଅନୁମତି ରହିଛି । ଯଦି ଆପଣ ଏହାପରେ ବି ସ୍ଲିପର କ୍ଲାସ୍ କିମ୍ବା ଏସି ବଗିରେ ଯାତ୍ରା କରିବେ ତେବେ ଆପଣଙ୍କୁ ଜରିମାନା ବାବଦରୁ ୨୫୦ ଟଙ୍କା ତଣ୍ଡ ପୈଠ କରିବାକୁ ହେବ । ଯଦି ଆପଣ ଜରିମାନା ଦେଇ ପାରିବେ ନାହିଁ, ତେବେ TTE ଆପଣଙ୍କ ଚାଲାଣ ତିଆରି କରି ଆପଣଙ୍କୁ କୋର୍ଟରେ ତଣ୍ଡ ଟଙ୍କା ଜମା କରିବାକୁ କହିଥାଏ ।












Click it and Unblock the Notifications