ଗତ ୪ ବର୍ଷରେ ୫୮୬ ବାଂଲାଦେଶୀ ନାଗରିକ ୩୧୮ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି ଆରପିଏଫ
ରେଳ ସୁରକ୍ଷା ବଳ (ଆରପିଏଫ) ଗତ ୪ ବର୍ଷ ମଧ୍ୟରେ ୫୮୬ ବାଂଲାଦେଶୀ ନାଗରିକ ଏବଂ ୩୧୮ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ବେଆଇନ ଭାବେ ଏହି ବିଦେଶୀ ନାଗରିକମାନେ ଆସାମ ଦେଇ ଭାରତରେ ପ୍ରବେଶ ପରେ ଏବଂ ରେଳବାଇ ଦ୍ୱାରା ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି।

ରେଳ ମନ୍ତ୍ରଣାଳୟ କହିଛି, ଆର୍.ପି.ଏଫ' ସୀମା ସୁରକ୍ଷା ବଳ, ସ୍ଥାନୀୟ ପୋଲିସ ଏବଂ ଗୁଇନ୍ଦା ୟୁନିଟ୍ ସହ ମିଶି ରେଳ ନେଟୱର୍କରେ ବେଆଇନ ଅନୁପ୍ରବେଶ ରୋକିପାରିଛି। ରେଳ ମନ୍ତ୍ରଣାଳୟ କହିଛି, ଏହି ଆନ୍ତଃ-ଏଜେନ୍ସି ଆଭିମୁଖ୍ୟ ପରିଚାଳନା ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିଛି, ଯାହା ବେଆଇନ ସ୍ଥାନାନ୍ତରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରି ଅଟକ ରଖିବାରେ ସକ୍ଷମ ହୋଇଛି।












Click it and Unblock the Notifications