ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନନ କରି ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଲେ ରେଳମନ୍ତ୍ରୀ
ବାହାନଗା ଟ୍ରେନ୍ ଟ୍ରାଜେଡି ମଣିଷ ମନରୁ ଲିଭି ନ ଥିବା ବେଳେ ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବା ସହ ନୂଆ ଜଳପାଇଗୁଡ଼ି ନିକଟରେ ଏକ ମାଲବାହୀ ଟ୍ରେନ୍ ସହ କାଞ୍ଚନଜଙ୍ଗା ଏକ୍ସପ୍ରେସର ଘଟିଥିବା ଦୁର୍ଘଟଣା ପରେ ସେଠାରେ ଚାଲିଥିବା ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ତେବେ ମୃତକଙ୍କ ପରିବାରକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ, ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ତେବେ ପ୍ରାଥମିକ ତଦନ୍ତରୁ ଏହି ଦୁର୍ଘଟଣା ମାନବୀୟ ତ୍ରୁଟି କାରଣରୁ ହୋଇଥିବା କହିଛନ୍ତି ରେଲୱେ ବୋର୍ଡ ସିଇଓ ଜୟା ବର୍ମା ସିହ୍ନା । ସିଗନାଲ ଦିଆଯିବା ସତ୍ତ୍ୱେ ଟ୍ରେନର ଲୋକ ପାଇଲଟ ଏହା ମାନି ନଥିଲେ ଆଉ ଟ୍ରେନ୍ କୁ ଅଟକାଇ ନଥିଲେ । ତେଣୁ ସିଗନାଲ୍ ନ ମାନିବାରୁ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି ।
ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସେ କହିଛନ୍ତି ।












Click it and Unblock the Notifications