ରେଳମନ୍ତ୍ରୀଙ୍କର ବଡ଼ ଘୋଷଣା: ଖୁବ ଶୀଘ୍ର ଗଡିବ ୫୦ ଅମୃତ ଭାରତ ଏକ୍ସପ୍ରେସ
Ashwini Vaishnaw: ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପରେ ଆରମ୍ଭ ହୋଇଥିବା ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ଜନସାଧାରଣଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି ।
ସୋମବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଅମୃତ ଭାରତ ଟ୍ରେନକୁ ଏକ ବଡ ସଫଳତା ମିଳିଥିବା କାରଣରୁ ଆଉ 50 ଅମୃତ ଭାରତ ଟ୍ରେନକୁ ଅନୁମୋଦନ କରାଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଟ୍ୱିଟ୍ କରି ରେଳମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ମଧ୍ୟବର୍ତ୍ତୀ ବଜେଟ୍ ପୂର୍ବରୁ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ପ୍ରତିବର୍ଷ 300 ରୁ 400 ଅମୃତ ଭାରତ ଏକ୍ସପ୍ରେସ ଚାଲିବ ।
ଅଶ୍ୱିନୀ ବୈଷ୍ଣବ ତାଙ୍କ ଟ୍ୱିଟରେ ଅମୃତ ଭାରତ ଏକ୍ସପ୍ରେସର 33 ସେକେଣ୍ଡର ଏକ ଛୋଟ ଭିଡିଓ ପୋଷ୍ଟ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହା 1.88 ଲକ୍ଷ ଭ୍ୟୁ ପାଇଥିଲା। କମ୍ ମୂଲ୍ୟରେ ସାଧାରଣ ଲୋକଙ୍କୁ ବନ୍ଦେ ଭାରତ ଟ୍ରେନର ସୁବିଧା ଯୋଗାଇବା ପାଇଁ ରେଳବାଇ ଅମୃତ ଭାରତ ଆରମ୍ଭ କରିଥିଲା। ଡିସେମ୍ବର 30, 2023 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ଟି ଅମୃତ ଭାରତ ଏକ୍ସପ୍ରେସ ଦେଶକୁ ଭେଟି ଦେଇଥିଲେ।

ଅମୃତ ଭରତ ହେଉଛି ବନ୍ଦେ ଭାରତ ପରି ପରିକଳ୍ପିତ ଏକ ପୁଲ୍-ପୁସ୍ ଟ୍ରେନ୍ । ଏହାର ଆଗ ଏବଂ ପଛରେ ଦୁଇଟି ଇଞ୍ଜିନ୍ ରହିଛି । ଏହି କାରଣରୁ ଏହା ଦୃତ ଗତିରେ ଯାତ୍ରା କରି ପାରିବ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 130 କିଲୋମିଟରରେ । ଏହାର ଭିତର ମଧ୍ୟ ସମ୍ପୂର୍ଣ୍ଣ ନୂଆ ଡିଜାଇନ୍ ଦେଖିବା ପାଇଁ ମିଳିଥାଏ । ହେଲେ ଅମୃତ ଭାରତକେ ଏସି ସୁବିଧା ନଥିବା ବେଳେ ବନ୍ଦେ ଭାରତରେ ସମ୍ପୁର୍ଣ୍ଣ ଏସି ବଗି ରହିଛି ।
ସେହିପରି ଅମୃତ ଭାରତରେ ସ୍ଲିପର୍ କୋଚ୍ ରହିଥିବା ବେଳେ ବନ୍ଦେ ଭାରତରେ ସିଟିଂ ସୁବିଧା ରହିଛି । ଟ୍ରେନରେ ଯଥେଷ୍ଟ ଲଗେଜ୍ ରଖିବା ପାଇଁ ସ୍ଥାନ ଅଛି ଏବଂ ସିଟ୍ ଗୁଡିକ ଆରାମଦାୟକ ମଧ୍ୟ । ଅମୃତ ଭାରତ ଟ୍ରେନରେ ମଧ୍ୟ ଆଧୁନିକ ମଡ୍ୟୁଲାର ଶୌଚାଳୟ ରହିଛି । ଅମୃତ ଭାରତରେ ଅନେକ ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ମୋବାଇଲ୍ ରଖିବାର ମଧ୍ୟ ବ୍ୟବସ୍ଥା ରହିଛି ।
ବନ୍ଦେ ଭାରତ ଏବଂ ଅମୃତ ଭାରତର ସଫଳତା ପରେ ବିଭିନ୍ନ ରେଳ କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ଭଲ ପ୍ରଦର୍ଶନ କରୁଛନ୍ତି। ଏଥିମଧ୍ୟରେ ଟାଇଟାଗର ରେଳ ସିଷ୍ଟମ, ଆଇଆରକୋନ ଇଣ୍ଟରନ୍ୟାସନାଲ, ଆଇଆରଏଫସି, ରେଳ ବିକାଶ ନିଗମ, ବିଏମଏଲ, ରେଲଟେଲ, କଣ୍ଟେନର କର୍ପ ଅଫ୍ ଇଣ୍ଡିଆ, RITES ଏବଂ IRCTC ଅନ୍ତର୍ଭୁକ୍ତ ।












Click it and Unblock the Notifications