Get Updates
Get notified of breaking news, exclusive insights, and must-see stories!

ଏହି ରାଜ୍ୟରେ ୧୨ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ସୂଚନା

Vadhavan Port: ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କେନ୍ଦ୍ର କ୍ୟାବିନେଟ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସେଥିରେ Vadhavan Port'କୁ ନେଇ ନିଆଯାଇଥିବା ନିଷ୍ପତ୍ତି ୧୨ ଲକ୍ଷ ଲୋକଙ୍କୁ ରୋଜଗାର ଦେବ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାରାଷ୍ଟ୍ରର Vadhavan ବନ୍ଦରର ବିକାଶ ସମେତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ମହାରାଷ୍ଟ୍ରର ଦାହାନୁ ନିକଟସ୍ଥ Vadhavanରେ 76 ହଜାର 220 କୋଟି ଟଙ୍କା ବ୍ୟୟରେ ଅଲ ୱେଦର ଗ୍ରିନଫିଲ୍ ବନ୍ଦର ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ Vadhavan ବନ୍ଦର ନିର୍ମାଣ ପରେ ଏହା ବିଶ୍ୱର 10ଟି ବୃହତ୍ତମ ବନ୍ଦରରେ ସାମିଲ ହେବ ।

Vadhavan Port

ଏହା ପ୍ରାୟ 12 ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ରୋଜରାଗ ଯୋଗାଇବ । Vadhavan ବନ୍ଦରର ବିକାଶ ବ୍ୟତୀତ କ୍ୟାବିନେଟ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି। ସମୁଦ୍ରରେ ଫ୍ଲୋଟିଂ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ । 7453 କୋଟି ଟଙ୍କା ସହିତ ଗୁଜୁରାଟ ଏବଂ ତାମିଲନାଡୁରେ 500-500 ମେଗାୱାଟର ଦୁଇଟି ୟୁନିଟ୍ ସ୍ଥାପନ କରାଯିବ।

କ୍ୟାବିନେଟ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଫରେନସିକ୍ ସାଇନ୍ସ ୟୁନିଭରସିଟି କ୍ୟାମ୍ପସ୍ ଏବଂ ଲ୍ୟାବ ନିର୍ମାଣ କରାଯିବ। ଯେଉଁଠାରେ ପ୍ରତିବର୍ଷ 9000 ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ, ଯେଉଁଥି ପାଇଁ 2254 କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀରେ ନୂତନ ଟର୍ମିନାଲକୁ ତିଆରି ହେବ ଯେଉଁଥି ପାଇଁ ନୂତନ ରନୱେ, ରାଜପଥ ଏବଂ ଅଣ୍ଡରପାସ୍ ନିର୍ମାଣରେ ପ୍ରାୟ 2870 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+