ଅନ୍ତିମ ସଂସ୍କାରରେ ଗଲେ ରେଳ କର୍ମଚାରୀ; ୧୪୭ଟି ଟ୍ରେନ୍‌ ବାତିଲ !

ଖରାପ ପାଗ ହେଲେ ବା କିଛି ବିକ୍ଷୋଭ ହେଲେ ରେଳ ସେବା ବେଳେବେଳେ ପ୍ରଭାବିତ ହୁଏ । ହେଲେ ମୁମ୍ବାଇରୁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ରେଳ କର୍ମଚାରୀମାନେ ଚାଲି ଯିବାରୁ ୮୮ ଟି ଲୋକାଲ ଟ୍ରେନ୍ ସମେତ ପ୍ରାୟ ୧୪୭ଟି ଟ୍ରେନ୍‌କୁ ବାତିଲ କରାଯାଇଛି ।

ଶନିବାର ସନ୍ଧ୍ୟାରେ ମୁମ୍ବାଇର ବାୟକୁଲା ଓ ସ୍ୟାଣ୍ଡହର୍ଷ୍ଟ ରୋଡ ଷ୍ଟେସନ ମଧ୍ୟରେ ଥିବା ସେଣ୍ଟ୍ରାଲ୍ ଏବଂ ହାରବର୍ ଲାଇନ ଉପରେ ଉପାନ୍ତ ସହର ରେଳ ସେବା ବିଳମ୍ବ ହୋଇଥିଲା । ପରେ ଯେତେବେଳେ ଯାତ୍ରୀମାନେ ରେଳ ସେବା ପ୍ରଭାବିତ ହେବାର କାରଣ ଜାଣିବାକୁ ଚେଷ୍ଟା କଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଥିଲା କି, ଅନେକ ରେଳ କର୍ମଚାରୀ (ମୋଟରମେନ) ସେମାନଙ୍କ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଶବଦାହକୁ ଯାଇଥିଲେ । ଯେଉଁଥିପାଇଁ ରେଳ ସେବା ପ୍ରଭାବିତ ହୋଇଥିଲା ।

train_cancel

ସୂଚନା ଅନସରେ, ରେଳଧାରଣା ଅତିକ୍ରମ କରୁଥିବା ବେଳେ ରେଳ କର୍ମଚାରୀ ମୁରଲୀଧର ଶର୍ମାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନେକ ସଂଖ୍ୟାରେ ମୋଟରମ୍ୟାନ ଚାଲିଯାଇଥିଲେ । ଏହି କାରଣ ଯୋଗୁ ଟ୍ରେନ୍‌ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା।

୧୪୭ ଟ୍ରେନ୍ ବାତିଲ ହୋଇଛି

ଜଣେ ରେଳ ଅଧିକାରୀ କହିଛନ୍ତି ଯେ ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟକ କର୍ମଚାରୀ ଯୋଗ ଦେଇଥିଲେ । ଯେଉଁଥିପାଇଁ ସେମାନେ ଟ୍ରେନ୍ ଚଳାଇବା ପାଇଁ ଉପଲବ୍ଧ ନଥିଲେ । ଯାହା ବିଳମ୍ବ ଘଟାଇଥିଲା। ଅଧିକାରୀଙ୍କ କହିବାନୁସାରେ,୮୮ ଟି ଲୋକାଲ ଟ୍ରେନ୍ ସହିତ ପ୍ରାୟ ୧୪୭ ଟ୍ରେନ୍ ବାତିଲ ହୋଇଛି । ସେବା ମଧ୍ୟ ବ୍ୟାହତ ନୁହେଁ ବରଂ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି। ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଏହି କାରଣ ଯୋଗୁ ସିଏସ୍‌ଟି ଓ ଅନ୍ୟ ଷ୍ଟେସନଗୁଡିକରେ ବହୁ ସଂଖ୍ୟାରେ ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+