Get Updates
Get notified of breaking news, exclusive insights, and must-see stories!

ନିର୍ମଳାଙ୍କ ପେଡ଼ିରୁ ବାଦ ପଡିଲା ରେଳ ବିଭାଗ, ମିଳିଲାନି କିଛି ଅନୁଦାନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ ପ୍ରତ୍ୟେକ କ୍ଷେତ୍ରପାଇଁ କିଛି ନା କିଛି ଉପସ୍ଥାପନ କରିଥିଲେ। ଚାକିରିଆ ବର୍ଗ, କୃଷକ, ମହିଳା, ମଧ୍ୟବିତ୍ତ, ଯୁବକ, କୃଷକଙ୍କ ପାଇଁ ଏଥିରେ ଅନେକ ଘୋଷଣା ରହିଛି। କିନ୍ତୁ ନିଜ ବଜେଟ ଭାଷଣରେ ରେଳବାଇ କଥା ଆଦୌ କହିନଥିଲେ ସୀତାରମଣ । ଅର୍ଥମନ୍ତ୍ରୀ ପାଖାପାଖି ୧ ଘଣ୍ଟା ୨୦ ମିନିଟ୍ ଭାଷଣ ଦେଇଥିଲେ ମଧ୍ୟ ରେଳବାଇ ତାଙ୍କ ବଜେଟ୍ ଭାଷଣରୁ ସମ୍ପୂର୍ଣ୍ଣ ଅନୁପସ୍ଥିତ ରହିଥିଲା।

Railway department

ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଆତ୍ମନିର୍ଭର ଭାରତ, ଅମୃତକାଳ ବିଷୟରେ ଉଲ୍ଲେଖ କରିଥିଲେ, କିନ୍ତୁ ତାଙ୍କ ଭାଷଣରୁ ରେଳବାଇ ଅନୁପସ୍ଥିତ ଥିଲା। ରେଳବାଇ ପାଇଁ
ବଜେଟରେ କୌଣସି ଘୋଷଣା କରାଯାଇ ନାହିଁ। 'ରେଳବାଇ' ଶବ୍ଦଟି ତାଙ୍କ ସମଗ୍ର ବଜେଟ୍ ଭାଷଣ ସମୟରେ ମାତ୍ର ଥରେ ପ୍ରକାଶ ପାଇଥିଲା, ତାହା ମଧ୍ୟ ଯେତେବେଳେ ସେ ଆନ୍ଧ୍ରପ୍ରଦେଶ ପାଇଁ ଯୋଜନା ଘୋଷଣା କରୁଥିଲେ। ନା ରେଳବାଇର କୌଣସି ନୂଆ ଟ୍ରେନ୍ ଘୋଷଣା କରାଯାଇଛି, ନା ଭଡ଼ାରେ ରିହାତି ନେଇ କୌଣସି ଆଲୋଚନା ହୋଇଛି ନା ରେଳ ନେଟୱର୍କର ଜ୍ଞାନକୌଶଳ ବୃଦ୍ଧି ପାଇଁ କୌଣସି ଘୋଷଣା କରାଯାଇଛି। ବଜେଟରେ ରେଳବାଇର ଉଲ୍ଲେଖ ନଥିବା ନେଇ କଂଗ୍ରେସ ସଭାପତି କହିଛନ୍ତି ଯେ ପ୍ରତିଦିନ ଦୁର୍ଘଟଣା ଘଟୁଛି, ଟ୍ରେନ୍ ବନ୍ଦ ହେଉଛି, କୋଚ୍ ସଂଖ୍ୟା ହ୍ରାସ ପାଉଛି ଏବଂ ଯାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି, କିନ୍ତୁ ବଜେଟରେ ରେଳବାଇ ବିଷୟରେ କିଛି କୁହାଯାଇନାହିଁ।

ଅବଶ୍ୟ ରେଳବାଇ କଥା ବଜେଟ୍ ଭାଷଣରେ ନଥିଲେ ବି ରେଳବାଇ ପାଇଁ ବଜେଟରେ ୧.୦୮ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ରାଶି ସୁରକ୍ଷା ପାଇଁ ବ୍ୟୟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+