ମହାକୁମ୍ଭ ମେଳା ଯାତ୍ରୀଙ୍କୁ ବଡ ଉପହାର ଦେଲା ରେଳ ବିଭାଗ; ପ୍ରୟାଗରାଜକୁ ୯୮ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ
ମହାକୁମ୍ଭ ମେଳା ଉପଲକ୍ଷେ ପଶ୍ଚିମାଞ୍ଚଳ ରେଳବାଇ ପକ୍ଷରୁ ପ୍ରୟାଗରାଜକୁ ୯୮ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ଏହି ମେଳା ପାଇଁ ଦେଶ ବିଦେଶରୁ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନର ସମ୍ଭାବନା ରହିଛି। ସେମାନଙ୍କର ଯାତାୟାତକୁ ଯଥାସମ୍ଭବ ସୁଗମ କରିବା ନିମନ୍ତେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯାଇଛି ବୋଲି ପଶ୍ଚିମାଞ୍ଚଳ ରେଳବାଇର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଟ୍ରେନ୍ଗୁଡିକରେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ନିମନ୍ତେ ସବୁ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ ଏବଂ ସୁରକ୍ଷା ଯୋଗାଇବାକୁ ପ୍ରତ୍ୟେକ ଷ୍ଟେସନରେ ଆରପିଏଫ୍ (ରେଳବାଇ ସୁରକ୍ଷା ବଳ) ଯବାନଙ୍କୁ ନିୟୋଜିତ କରାଯାଇଛି। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ଆୟୋଜିତ ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କ ଯାତାୟାତ ନିମନ୍ତେ ରେଳବାଇ ପକ୍ଷରୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ବିଭିନ୍ନ ରୁଟ୍ରେ ୧୦ ହଜାରରୁ ଅଧିକ ଟ୍ରେନ ସମେତ ୩୩୦୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଉଛି ବୋଲି ରେଳବାଇ ବୋର୍ଡର ସୂଚନା ନିର୍ଦେଶକ ଦିଲୀପ କୁମାର କହିଛନ୍ତି। ସ୍ବତନ୍ତ୍ର ଟ୍ରେନ୍ରେ ସଂରକ୍ଷିତ ଟିକଟ ନ ଥିବା ଯାତ୍ରୀଙ୍କ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି।












Click it and Unblock the Notifications