Get Updates
Get notified of breaking news, exclusive insights, and must-see stories!

Railway Budget 2024: ରେଳ ବଜେଟରୁ କଣ ରହିଛି ଆଶା ? ରେଳ ବଜେଟ ପାଇଁ କେତେ ପ୍ରସ୍ତୁତ ସରକାର ?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଲୋକ ସଭାରେ ୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହା ନିର୍ମଳାଙ୍କର କ୍ରମାଗତ ସପ୍ତମ ବଜେଟ ହୋଇଥିବାବେଳେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ବଜେଟ ।

ଏନ୍‌ଡିଏ ସରକାରଙ୍କ ବିକଶିତ ଭାରତ ସ୍ବପ୍ନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ବଜେଟରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇପାରନ୍ତି। ବିଶେଷ କରି ଆୟକର ଛାଡ଼ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବଢ଼ାଇବା ଲାଗି ସେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ରିଏଲ୍‌ ଇଷ୍ଟେଟ୍‌ ସେକ୍ଟର ମଧ୍ୟ ବଜେଟରୁ ଟିକସ ରିହାତି ପାଇବା ପାଇଁ ଆଶା ରଖିଛି। ତେବେ ଚଳିତ ରେଳ ବଜେଟରେ କିଛି ଅଲଗା ହୋଇପାରେ । ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ରୋକିବା ନେଇ ପଦକ୍ଷେପ ନେଇ ପାରନ୍ତି ସରକାର ।

ଆଜି ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍‌ ଭାଷଣ ପଢ଼ିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଅର୍ଥଶାସ୍ତ୍ରୀମାନେ କହିଛନ୍ତି ଯେ ବିତ୍ତୀୟ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ଅର୍ଥମନ୍ତ୍ରୀ ସବୁ ବର୍ଗକୁ ଛୁଇଁଲା ଭଳି ବଜେଟ୍‌ ଆଗତ କରିପାରନ୍ତି ।

Railway Budget 2024

Railway Budget 2024: ରେଳ ବଜେଟରୁ ଆଶା :

  • - ରେଳ ଦୁର୍ଘଟଣା ରୋକିବାକୁ ପଦକ୍ଷେପ
  • - ରେଳ କବଚ ପାଇଁ ଧାର୍ଯ୍ୟ ରାଶିରେ ବୃଦ୍ଧି
  • - ପ୍ରଥମ ପର୍ଯ୍ୟାୟରେ ୪,୫୦୦ କିଲୋମିଟର ନେଟୱର୍କ ପର୍ୟ୍ୟନ୍ତ ଲାଗିବ କବଚ
  • - ମାଲଗାଡ଼ିର ୱାଗନ ସଂଖ୍ୟା ବୃଦ୍ଧି କରାଯିବ
  • - ଶସ୍ତା ହୋଇପାରେ ରେଳ ଟିକେଟ
  • - ବଢ଼ିପାରେ ଟ୍ରେନ୍ କୋଚ୍ ସଂଖ୍ୟା
  • - ବରିଷ୍ଠ ନାଗରିକଙ୍କୁ ମିଳିପାରେ ଅଧିକ ସୁବିଧା
  • - ନୂଆ ବୁଲେଟ୍ ଟ୍ରେନ କରିଡର ପାଇଁ ଭିତ୍ତିଭୂମି
  • - ମେଟ୍ରୋ ନେଟୱର୍କ, ନମୋ ଭାରତ କରିଡର ପାଇଁ ବଢ଼ିପାରେ ଅନୁଦାନ
  • - ୩ରୁ ୪ ନୂଆ ଇକୋନୋମିକ କରିଡର ଘୋଷଣା
  • - ବନ୍ଦେ ଭାରତ, ଅମୃତ ଭାରତ ଟ୍ରେନ୍ ସଂଖ୍ୟା ବୃଦ୍ଧି
  • - ନୂଆ ଲାଇନ, ବିଦ୍ୟୁତିକରଣ ପରିଯୋଜନା ଉପରେ ଗୁରୁତ୍ବ
  • - ଷ୍ଟେସନ ଆଧୁନିକୀକରଣ ସମେତ ଅନ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ
  • - ୨୫୦ ନୂଆ ଏସି ଟ୍ରେନର ଶୁଭାରମ୍ଭ
  • - ଅଗଷ୍ଟ ୧୫ରୁ ବନ୍ଦେ ଭାରତ ସ୍ଲିପର ଭର୍ସନ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+